www.samajalive.in
Saturday, December 13, 2025
15.1 C
Bhubaneswar

ନାବାଳିକାକୁ ଗଣବଳାତ୍କାର ପରେ ହତ୍ୟା କଲା ସାବତ ଭାଇ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟଣାର ପୁନରାବୃତ୍ତି ଘଟିଛି। ଏଠାକାର ବାରମୁଳା ଜିଲାରେ ୯ ବର୍ଷ ବୟସ୍କା ଜଣେ ନାବାଳିକାକୁ ସାବତ ଭାଇ ନିଜ ବନ୍ଧୁମାନଙ୍କ ସହିତ ମିଶି ଗଣବଳାତ୍କାର କରିବା ପରେ ହତ୍ୟା କରିଛି। ଇର୍ଷାପରାୟଣ ସାବତ ମା’ର ଇସାରାରେ ଘଟିଛି ଏହି ଜଘନ୍ୟ ଅପରାଧ। ପୁଲିସ ଏହି ଘଟଣାରେ ସାବତ ମା’ ଓ ସାବତ ଭାଇ ସମେତ ୫ ଜଣଙ୍କୁ ଗିରଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ହତ୍ୟାକାଣ୍ଡ ଏଭଳି ବର୍ବର ତଥା ଭୟଙ୍କର ଥିଲା ଯେ ଏହା ବିଷୟରେ ସୂଚନା ଦେବା ବେଳେ କାନ୍ଦି ପକାଇଛନ୍ତି ବାରମୁଳା ଏସ୍‍ପି ଇମ୍‍ତିଆଜ୍‍ ହୁସେନ ମିର୍‍।
ପୁଲିସର ସୂଚନା ଅନୁସାରେ, ପୀଡ଼ିତା ନାବାଳିକା ଜଣକ ଉରି ସେକ୍ଟର ନିବାସୀ। ଅଗଷ୍ଟ ୨୩ରୁ ସେ ନିଖୋଜ ଥିବା ତାଙ୍କ ପିତା ଥାନାରେ ଏତଲା ଦେଇଥିଲେ। ବ୍ୟାପକ ଅନୁସନ୍ଧାନ ପରେ ରବିବାର ନାବାଳିକାଟିର ଗଳିତ ମୃତଦେହ ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଉରି ଏସ୍‍ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ସନ୍ଦେହରେ ସାବତ ମା’କୁ ପଚରାଉଚୁରା କରିଥିଲା। ପୁଲିସର ପ୍ରଶ୍ନ ଜାଲରେ ଫସିଯାଇଥିଲା ସାବତ ମା’। ସତ୍ୟ ଲୁଚାଇ ରଖି ପାରି ନ ଥିଲା ସେ। ପୁଲିସକୁ ସେ ଦେଇଥିବା ବୟାନ ଅନୁସାରେ, ତାଙ୍କ ସ୍ୱାମୀ ଦ୍ୱିତୀୟ ପତ୍ନୀ ତଥା ପୀଡ଼ିତାର ମା’ ପ୍ରତି ବେଶୀ ଅନୁରକ୍ତ ଥିଲେ। ପୀଡ଼ିତାକୁ ମଧ୍ୟ ସେ ଖୁବ୍‍ ଭଲ ପାଉଥିଲେ। ଏହାକୁ ସାବତ ମା’ ସହି ପାରି ନ ଥିଲା। ସଉତୁଣୀ ଉପରେ ରାଗ ରଖି ସେ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲା। ନିଜର ୧୪ ବର୍ଷ ବୟସ୍କ ପୁଅ ଓ ତା’ର ୩ ଜଣ ସାଙ୍ଗଙ୍କ ସହାୟତାରେ ନାବାଳିକାଟିକୁ ଜଙ୍ଗଲ ମଧ୍ୟକୁ ଉଠାଇନେଇଥିଲା। ସେଠାରେ ସାବତ ମା’ର ଉପସ୍ଥିତିରେ ସାବତ ଭାଇ ଓ ତା’ ସାଙ୍ଗମାନେ ନାବାଳିକାଟିକୁ ବଳାତ୍କାର କରିଥିଲେ। ଏତିକିରେ ମନ ବୁଝି ନ ଥିଲା ସେମାନଙ୍କର; ସାବତ ମା’ ନାବାଳିକାଟିର ଗଳା ଚିପି ଧରିଥିବା ବେଳେ ସାବତ ଭାଇ କୁରାଢୀରେ ତା’ ମୁଣ୍ଡକୁ ଖୁବ୍‍ଜୋରରେ ଆଘାତ ଦେଇଥିଲା। ଏହି ସମୟରେ ଅନ୍ୟ ଜଣେ ଅଭିଯୁକ୍ତ ଏକ ତୀକ୍ଷ୍ଣ ଛୁରୀରେ ନାବାଳିକାଟିର ଆଖି ତାଡ଼ି ଦେଇଥିଲା। ନାବାଳିକାଟି ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଥିଲା। ଏହା ପରେ ମଧ୍ୟ ଅଭିଯୁକ୍ତମାନଙ୍କ ପୈଶାଚିକ ପ୍ରବୃତ୍ତି ଶାନ୍ତ ପଡି ନ ଥିଲା। ମୃତ ନାବାଳିକାର ବିଭିନ୍ନ ଅଙ୍ଗକୁ ସେମାନେ ଏସିଡ୍‍ ପକାଇ ପୋଡିଦେଇଥିଲେ। ମୃତଦେହର ସ୍ଥିତି ତଥା ଫରେନ୍ସିକ ପରୀକ୍ଷାରୁ ଏହାର ପ୍ରମାଣ ମିଳିଛି। ଏହି ଭୟଙ୍କର ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ନାବାଳିକାର ମୃତଦେହକୁ ସ୍ଥାନୀୟ ଏକ ବୁଦାମୂଳରେ ପାଇନ୍‍ ଗଛର ଡାଳ, ପତ୍ର ଓ କୁଟାକାଠି ଆଦି ପାକାଇ ଲୁଚାଇ ଦେଇଥିଲେ। ପୁଲିସ ସାବତ ମା’ର ବୟାନ ଆଧାରରେ ମୃତଦେହ ଉଦ୍ଧାର କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢୀ ଓ ଛୁରୀ ଜବତ କରିଛି। ଉଲ୍ଲେଖ ଯେ, ୨୦୧୮ ଜାନୁଆରୀରେ କଠୁଆଠାରେ ୮ ବର୍ଷ ବୟସ୍କା ଜଣେ ନାବାଳିକାକୁ କିଛି ଲୋକ ଅପହରଣ କରିନେଇ ସପ୍ତାହରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଏକ ମନ୍ଦିରରେ ରଖି ଗଣବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା। ଏହା ପରେକେନ୍ଦ୍ର ସରକାର ପ୍ରଚଳିତ ଆଇନରେ ସଂଶୋଧନ କରି ନାବାଳିକାଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବାର ପ୍ରାବଧାନ କରିଥିଲେ। ଏହାସତ୍ତ୍ବେ ଅପରାଧି ଅପରାଧରୁ ନିବୃତ୍ତ ହେବା ପରିବର୍ତ୍ତେ ସମାଜରେ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories