www.samajalive.in
Saturday, December 13, 2025
26.1 C
Bhubaneswar

ରଜୌରୀ, ବାରାମୁଲାରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ରଜୌରୀ କେସରୀ ହିଲ ଅଞ୍ଚଳରେ ଚାଲିଥିବା ତଲାସି ଅଭିଯାନ ସମୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ନର୍ଦନ କମାଣ୍ଡର ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏହି ତଲାସି ଅଭିଯାନ ସମୟରେ ଆହତ ଆତଙ୍କବାଦୀଙ୍କଠାରୁ ଗୋଟିଏ ଏକେ ୫୬, ଚାରି ମାଗାଜିନ୍, ପିସ୍ତଲ, ତିନୋଟି ଗ୍ରେନେଡ ଉଦ୍ଧାର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ଚିହ୍ନଟ କରାଯାଉଛି। ଅନ୍ୟପକ୍ଷରେ ଜାମ୍ମୁର ରଜୌରୀରେ ସହିଦ ହୋଇଥିବା ଯବାନଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ସମସ୍ତଙ୍କର ମୃତଦେହ ନିଜ ଜନ୍ମ ଗ୍ରାମକୁ ପଠାଯାଇଥିଲା।
ଶୁକ୍ରବାର ଦିନ, ରଜୌରୀ ଜିଲ୍ଲାର କୋଟ୍ରଙ୍କା ଉପ-ଡିଭିଜନର କେସରୀ ହିଲ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ତଲାସି ଅଭିଯାନରେ ଜଣେ ଗୁରୁତର ଆହତ ହୋଇଥିବାବେଳେ ପାଞ୍ଚ ଜଣ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମୁତାବକ, ଏହି ଅଞ୍ଚଳରେ ତଲାସି ଅଭିଯାନ ବେଳେ ଆତଙ୍କବାଦୀଙ୍କ ଦ୍ୱାରା ରଖାଯାଇଥିବା ଆଇଇଡି ବିସ୍ଫୋରଣରେ ସେନାଙ୍କର ଏକ ବଡ଼ କ୍ଷତି ଘଟିଥିଲା।
ସେହିପରି ଅନ୍ୟପକ୍ଷରେ ଶନିବାର ସକାଳେ ଜାମ୍ମୁ କାଶ୍ମୀରର ବାରାମୁଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅନ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ ଖବର ପାଇବା ପରେ ତଲାସି ଅଭିଯାନ ଆରମ୍ଭ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories