www.samajalive.in
Sunday, December 7, 2025
16.1 C
Bhubaneswar

ରଜୌରୀ, ବାରାମୁଲାରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ରଜୌରୀ କେସରୀ ହିଲ ଅଞ୍ଚଳରେ ଚାଲିଥିବା ତଲାସି ଅଭିଯାନ ସମୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ନର୍ଦନ କମାଣ୍ଡର ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏହି ତଲାସି ଅଭିଯାନ ସମୟରେ ଆହତ ଆତଙ୍କବାଦୀଙ୍କଠାରୁ ଗୋଟିଏ ଏକେ ୫୬, ଚାରି ମାଗାଜିନ୍, ପିସ୍ତଲ, ତିନୋଟି ଗ୍ରେନେଡ ଉଦ୍ଧାର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ଚିହ୍ନଟ କରାଯାଉଛି। ଅନ୍ୟପକ୍ଷରେ ଜାମ୍ମୁର ରଜୌରୀରେ ସହିଦ ହୋଇଥିବା ଯବାନଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ସମସ୍ତଙ୍କର ମୃତଦେହ ନିଜ ଜନ୍ମ ଗ୍ରାମକୁ ପଠାଯାଇଥିଲା।
ଶୁକ୍ରବାର ଦିନ, ରଜୌରୀ ଜିଲ୍ଲାର କୋଟ୍ରଙ୍କା ଉପ-ଡିଭିଜନର କେସରୀ ହିଲ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ତଲାସି ଅଭିଯାନରେ ଜଣେ ଗୁରୁତର ଆହତ ହୋଇଥିବାବେଳେ ପାଞ୍ଚ ଜଣ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମୁତାବକ, ଏହି ଅଞ୍ଚଳରେ ତଲାସି ଅଭିଯାନ ବେଳେ ଆତଙ୍କବାଦୀଙ୍କ ଦ୍ୱାରା ରଖାଯାଇଥିବା ଆଇଇଡି ବିସ୍ଫୋରଣରେ ସେନାଙ୍କର ଏକ ବଡ଼ କ୍ଷତି ଘଟିଥିଲା।
ସେହିପରି ଅନ୍ୟପକ୍ଷରେ ଶନିବାର ସକାଳେ ଜାମ୍ମୁ କାଶ୍ମୀରର ବାରାମୁଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅନ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ ଖବର ପାଇବା ପରେ ତଲାସି ଅଭିଯାନ ଆରମ୍ଭ କରିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories