www.samajalive.in
Wednesday, December 10, 2025
26.1 C
Bhubaneswar

ତାମିଲନାଡୁରେ ଜାଲ୍ଲିକଟ୍ଟୁ – ୧ ମୃତ, ୩୨ ଆହତ

ତାମିଲନାଡୁର ଆୟାମପଟ୍ଟୀ ଗ୍ରାମରେ ଆଜି ଆୟୋଜିତ ବାର୍ଷିକ ଜାଲ୍ଲିକଟ୍ଟୁ କାର୍ଯ୍ୟକ୍ରମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଚିନ୍ନାମାନୁର ୩୫ ବର୍ଷ ବୟସ୍କ ଏସ.ମୁରୁଗେସନ ବୋଲି ଜଣାପଡିଛି। ସେ କାର୍ଯ୍ୟକ୍ରମ ଦେଖିବା ପାଇଁ ଗ୍ୟାଲେରୀ ଆଡକୁ ଯାଉଥିବା ବେଳେ ଏକ ଭୟଙ୍କର ଷଣ୍ଢ ତାଙ୍କ ଉପରେ ଆକ୍ରମଣ କରିଥିଲା ଯାହା ଫଳରେ ତାଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତେବେ ତାଙ୍କ ଛାତିରେ ଗଭୀର କ୍ଷତ ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ଘଟଣାସ୍ଥଳୀରେ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ବତିଶ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଥେନି ଏବଂ ଚିନ୍ନାମାନୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରୀ ଏଜାଇକଥାମ୍ୟାନ ମନ୍ଦିର ମହୋତ୍ସବରେ ଆୟୋଜିତ ହୋଇଥିବା ଜାଲ୍ଲିକଟ୍ଟୁରେ ପ୍ରାୟ ୬୦୦ ପଞ୍ଜୀକୃତ ଷଣ୍ଢ ଏବଂ ୩୧୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ଜାଲ୍ଲିକଟ୍ଟୁ କାର୍ଯ୍ୟକ୍ରମରେ ତାଲିମ ପ୍ରାପ୍ତ ପ୍ରତିଯୋଗୀମାନେ ଷଣ୍ଢମାନଙ୍କୁ ବିଭିନ୍ନ କଳାକୌଶଳ ମାଧ୍ୟମରେ ଅକ୍ତିଆର କରିଥାନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories