www.samajalive.in
Monday, December 8, 2025
14.1 C
Bhubaneswar

ମୁଁ ଧର୍ମଶାଳାବାସୀଙ୍କ ସହ ଅଛି ଓ ରହିଥିବି: ପ୍ରଣବ

ଯାଜପୁର: ଜାରକାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ରବିବାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ଗୋଟି ପଞ୍ଚାୟତର ସମସ୍ତ ବିଜେଡି କର୍ମକର୍ତ୍ତାମାନଙ୍କୁ ନେଇ ଏକ ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଦଳୀୟ ନେତୃବୃନ୍ଦମାନଙ୍କୁ ଆଶ୍ୱାସନା ଦେବାସହ କିଭଳି ଧର୍ମଶାଳାବାସୀଙ୍କ ସୁଖ, ଦୁଃଖର ସାଥୀ ହୋଇ ରହିବା ଓ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ଦୃଢ ସଂକଳ୍ପବଦ୍ଧ ହେବା ବୋଲି କହିଥିଲେ ।

ନିର୍ବାଚନ ଏକ ପ୍ରକ୍ରିୟା, ଏଥିରେ ହାର ଜିତ୍ ରହିଥାଏ, ମୋତେ ଧର୍ମଶାଳାବାସୀ ବହୁତ ମାତ୍ରାରେ ଭୋଟ ଦେଇଥିବାରୁ ମୁଁ ସମସ୍ତଙ୍କ ପାଖରେ ଚୀର ଋଣୀ । ପୂର୍ବରୁ ଧର୍ମଶାଳା ଯେପରି ଓଡ଼ିଶାରେ ୧ ନମ୍ବର ହୋଇ ରହିଛି, ଆଗାମୀ ଦିନରେ ଧର୍ମଶାଳାକୁ ଉଚ୍ଚ ଶିଖରକୁ ନେବାପାଇଁ ମୋର ପ୍ରୟାସ ଜାରି ରହିବ । ମୋ ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଧର୍ମଶାଳାବାସୀଙ୍କ ସେବା କରୁଥିବି । ଏହି ବୈଠକରେ ଧର୍ମଶାଳା ବିଜୁ ଜନତା ଦଳର ବ୍ଲକ ସଭାପତି ଜଳଧର ମହାନ୍ତିଙ୍କ ସଭାପତିତ୍ୱରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ପୁର୍ଣ୍ଣଚନ୍ଦ୍ର ଶତପଥୀ, କୃଷ୍ଣଚନ୍ଦ୍ର ସାହୁ, ପ୍ରଭୁରଞ୍ଜନ ସାମଲ, ମମତା ଦପାଟ, ରେଣୁବାଳା ଶତପଥୀ, ଶରତ ନାୟକ, ଅଜୟ ନାୟକ, ସୁଦାମ ବେହେରା, ନିରଞ୍ଜନ ରାଉତ, ପ୍ରହଲ୍ଲାଦ ଲେଙ୍କା, ବିକାଶ ଦାସ, ଗୌତମ ସାହୁ, ମଦନ ମୋହନ ନାୟକ, ସଞ୍ଜୟ ଧିର, ଦାମୋଦର ରାୟ, ବ୍ରହ୍ମାନନ୍ଦ ରାଉତ, ଅକ୍ରୁର ଚରଣ ନାୟକ, ମୁସ୍ତାକ, ସମସୁଲ, ଫକୀର ନାରାୟଣ ମିଶ୍ରଙ୍କ ସମେତ ୨୦୦୦ରୁ ଊର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories