ନୂଆ ନିୟମରେ ହେବ ଭୋଟର ତାଲିକା

ଯାଜପୁର: ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମ ଅନୁସାରେ ତ୍ରୁଟି ଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ହେବ ।  ସେଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିନି କନ୍ପଂରେନ୍ସ ହଲରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାରେ ଥିବା ବିଭିନ୍ନ ରାଜନୈତିକ ଦଳର ସଭାପତି/ଉପସଭାପତି ମାନେ ଊପସ୍ଥିତ ଥିଲେ ।  ଅତୀତରେ କେନ୍ଦ୍ର ସରକାର ଲୋକ ପ୍ରତିନିଧି ଅଧିନିୟମ ୧୯୫୦ ଏବଂ ପ୍ରତିନିଧି ଅଧିନିୟମ ୧୯୫୦ ର ସଂଶୋଧନ କରିଛନ୍ତି ।  ସଂଶୋଧିତ ନୂଆ ନିୟମ ଅନୁଯାୟୀ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୪ ଟି ଯୋଗ୍ୟତା ସୂଚକ ତାରିଖ ରହିବ ।

ପୂର୍ବରୁ କେବଳ ନୂତନ ଭୋଟର ମାନଙ୍କ ପାଇଁ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ଭାବରେ ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ଧରାଯାଉଥିଲା ।  ନୂତନ ନିୟମାନୁସାରେ ଯେଉଁ ନୂଆ ଭୋଟର ମାନଙ୍କ ବୟସ ଜାନୁୟାରୀ  ୧ ତାରିଖ. ଏପ୍ରିଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହେଊଥିବ ସେମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାପାଇଁ ଯୋଗ୍ୟ ବିବେଚିତ ହେବେ ।  ଫଳରେ ଯୁବ ତଥା ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନିଜର ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

prayash

ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ମାନଙ୍କ ଆଧାର ନମ୍ୱରକୁ ସ୍ୱେଚ୍ଚ୍ଥାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବା ନିମନ୍ତେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।  ଏହାର ଶୁଭାରମ୍ଭ ୦୧/୦୮/୨୦୨୨ ରିଖରୁ ହୋଇଛି ।  ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସହ ଦୋହରା ଭୋଟରଙ୍କୁ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି ।  ଫର୍ମ ଗୁଡିକରେ ସଂଶୋଧନ କରାଯାଇ ନୂତନ ଫର୍ମ ନଂ-୬ରେ ଭୋଟର ମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜୀକରଣ ନିମନ୍ତେ ଆବେଦନ କରିପାରିବେ  ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ ନିମନ୍ତେ ପଂର୍ମ  ନଂ-୮ ର ବ୍ୟବହାର କରାଯିବ ।

ପୂର୍ବ ଭଳି ପଂର୍ମ ନଂ-୭ ରେ ଭୋଟର ତାଲିକାରୁ ନାମ ବାଦ ଦିଆଯାଇପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ମାନଙ୍କୁ ଭୋଟର ହେଲ୍ପ ଲାଇନ ଆପ୍ ଜରିଆରେ ନିଜର ଭୋଟର ପରିଚୟପତ୍ର ସହିତ ଆଧାର ନମ୍ୱରକୁ ସ୍ୱେଚ୍ଛାକୃତ ଭାବେ ସଂଯୋଗ କରିବା ପାଇଁ ଜିଲ୍ଲା ନିର୍ବାଚନ ଧିକାରୀ ଅନୁରୋଧ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଊପ-ଜିଲ୍ଳାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଗୋପୀନାଥ କୁଅଁର ଏବଂ  ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ଊପସ୍ଥିତ ଥିଲେ ।

kalyan agarbati

Comments are closed.