www.samajalive.in
Saturday, December 6, 2025
26.1 C
Bhubaneswar

ଯାଜପୁର ଜିଲ୍ଲା କାର୍ଯ୍ୟାଳୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

ଯାଜପୁର: ସରକାରୀ ବ୍ୟବସ୍ଥା ମଧ୍ୟରେ ସାଧାରଣ ଲୋକ ମାନଙ୍କୁ ସମୟୋଚିତ ସାମାଜିକ ନ୍ୟାୟ ପ୍ରଦାନ, ସେମାନଙ୍କର ଆବଶ୍ୟକତା ଓ ଅଧିକାରକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ପ୍ରଦାନ ପାଇଁ  କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଗୁରୁତ୍ୱ ଦେଇଛନ୍ତି ।  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ୱ ଆୟୁକ୍ତ ଶ୍ରୀ ଦଳାଇ ଯାଜପୁର ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ ।  ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବିଭାଗୀୟ ନଥି ଗୁଡିକୁ ଯାଞ୍ଚ କରିଥିଲେ ।  ସଂସ୍ଥା ବିଭାଗ, ସାଧାରଣ ଓ ବିବିଧ ବିଭାଗ, ରାଜସ୍ୱ, ତଉଜି, ଭୂ ଅର୍ଜନ ବିଭାଗ, ଜୁଡିସିଆଲ, ପଞ୍ଚାୟତରାଜ, ସାମାଜିକ ସୁରକ୍ଷା, ସାମାଜିକ କଲ୍ୟାଣ, ଯୋଗାଣ, ନିର୍ବାଚନ, ପ୍ଳାନିଂ, ଶିକ୍ଷା, ସୂଚନା ଓ ଲୋକ ସଂପର୍କ, ଅବକାରୀ, କ୍ରୀଡା, ମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା/ସୂଚନା ଅଧିକାର, ଅଡିଟ ବିଭାଗ ଇତ୍ୟାଦିର ସମୀକ୍ଷା କରିଥିଲେ ।

ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବା ଧାର୍ଯ୍ୟଲକ୍ଷ୍ୟ ପୂରଣ ସହ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ସାମଲ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।  ପ୍ରାରମ୍ଭରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ରାଜସ୍ୱ ଆୟୁକ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟୀ କଲେକ୍ଟର କୁଳମଣି ନାୟକ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ସହାୟକ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories