www.samajalive.in
Saturday, December 6, 2025
16.1 C
Bhubaneswar

ଏସିଆ କପ୍‌ କ୍ରିକେଟ; ୨୮ରେ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ୟୁଏଇରେ ଚଳିତ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୫ଶ ସଂସ୍କରଣ ଖେଳାଯିବ। ୨୭ରେ ଉଦ୍‌ଘାଟନୀ ମ୍ୟାଚ ଶ୍ରୀଲଙ୍କା – ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାବେଳେ ପ୍ରତିଯୋଗିତାର ସବୁଠାରୁ ଆକର୍ଷଣ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ୨୮ରେ ଦୁବାଇରେ ମୁହାଁମୁହିଁ ହେବେ। ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।

ଗ୍ରୁପ-ଏ ରେ ଭାରତ ଓ ପାକିସ୍ତାନ ସମେତ ଯୋଗ୍ୟତାପର୍ଯ୍ୟାୟ ଗ୍ରୁପ-ଏ ର ଶ୍ରେଷ୍ଠ ଦଳ ରହିଛନ୍ତି। ଗ୍ରୁପ-ବି ରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ରହିଛନ୍ତି। ଲିଗ୍‌ ପର୍ଯ୍ୟାୟ ମ୍ୟାଚ ସାରଜା ଓ ଦୁବାଇରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ଭାରତ ପ୍ରଥମ ମ୍ୟାଚ ପାକିସ୍ତାନ ସହିତ ଖେଳିବାବେଳେ ୩୧ରେ ଦ୍ବିତୀୟ ମ୍ୟାଚ ଯୋଗ୍ୟତାପର୍ଯ୍ୟାୟ ଦଳ ସହ ମ୍ୟାଚ ଖେଳିବ। ଦୁଇ ଗ୍ରୁପର ଶ୍ରେଷ୍ଠ ୪ ଦଳ ସୁପର-୪କୁ ଉନ୍ନୀତ ହେବେ। ସେପ୍ଟେମ୍ବର ୩ରୁ ୯ ପର୍ଯ୍ୟନ୍ତ ସୁପର-୪ ମ୍ୟାଚ ଖେଳାଯିବ।

- Advertisement -

ଏଥିରୁ ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲରେ ସେପ୍ଟେମ୍ବର ୧୧ରେ ଦୁବାଇରେ ଖେଳାଯିବ। ଭାରତ ୨୦୧୮ରେ ଏସିଆ କପ୍‌ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲରେ ଭାରତ ଶେଷ ବଲରେ ବାଂଲାଦେଶକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ୨୦୨୨ ଏସିଆ କପ୍‌ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମେ ଶ୍ରୀଲଙ୍କାରେ ଆୟୋଜିତ ହେବାର ଥିଲା। ଶ୍ରୀଲଙ୍କା​‌େ​‌ର ସୃଷ୍ଟି ହୋଇଥିବା ଆର୍ଥିକ ଅସ୍ଥିରତା ଲାଗି ପ୍ରତିଯୋଗିତାକୁ ୟୁଏଇକୁ ସ୍ଥାନାନ୍ତରିତ କରିଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories