www.samajalive.in
Saturday, December 6, 2025
26.1 C
Bhubaneswar

କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲ ହେବ କୋଭିଡ-୧୯ ହସ୍ପିଟାଲ

ଯାଜପୁର:ଯାଜପୁର କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରାଯିବ । ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏହାକୁ ଅନୁଧ୍ୟାନ କରିବାକୁ ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ୫ଟିର ସଚିବ ଭି.କେ. ପାଣ୍ଡିଆନ ହେଲିକ୍ୟାପଟର ଯୋଗେ ଟାଟା ମେଡିକା ହସ୍ପିଟାଲ ଗସ୍ତ କରିଥିଲେ । ଆପାତତଃ ଆଗାମୀ ୧୦ ତାରିଖ ସୁଦ୍ଧା ଟାଟା ମେଡିକା ହସ୍ପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲ ଲୋକାର୍ପଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିପାଇଁ ଶଯ୍ୟା ଗୁଡିକ ଅବସ୍ଥାପିତ କରାଯିବା ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି ହସ୍ପିଟାଲରେ କୋଭିଡ୍-୧୯ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ ୩୦ଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୦ରୁ ୧୫ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକାନ୍ତ ମାନଙ୍କ ଚିକିତ୍ସା କରାଯିବ ବୋଲି କୁହାଯାଇଛି । ସେହିପରି ଜିଲ୍ଲା ସଦର ମହକୁମା ସ୍ଥିତ ଏନସି କଲେଜ ପରିସରରେ ମଧ୍ୟ ୪୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାରେଣ୍ଟଇନ କେନ୍ଦ୍ର ଲୋକାର୍ପିତ କରାଯିବାକୁ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଏଠାରେ( ICU) ବ୍ୟବସ୍ଥା ମଧ୍ୟ କରାଯାଇଛି । ଦେଖିବାକୁ ଗଲେ ଅନ୍ୟ ଜିଲ୍ଲା ତୁଳନାରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories