www.samajalive.in
Saturday, December 6, 2025
26.1 C
Bhubaneswar

କରୋନା: ଆମେରିକାରେ ୧୧ ଭାରତୀୟ ମୃତ, ୧୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଆମେରିକାରେ ଭୟଙ୍କର ରୂପ ନେଇଥିବା କରୋନା ଭୂତାଣୁ ଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହାମଧ୍ୟରେ ଆମେରିକାରେ ରହୁଥିବା ୧୧ ଭାରତୀୟ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେହିପରି ଅନ୍ୟ ୧୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ୧୧ ମୃତକ ପୁରୁଷ ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ମୃତକଙ୍କ ମଧ୍ୟରୁ ୧୦ ଜଣ ନ୍ୟୁୟର୍କ ସହରରେ ରହୁଥିଲେ। ଅନ୍ୟ ଜଣେ ନ୍ୟୁ ଜର୍ସୀରେ ଥିଲେ।

ନ୍ୟୁୟର୍କ ସହର ଆମେରିକାରେ କରୋନାର କେନ୍ଦ୍ରସ୍ଥଳ ରୂପେ ଚିହ୍ନଟ ହୋଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ନ୍ୟୁଜର୍ସୀ ସହରରେ ଏଯାଏ ୧୫୦୦ ଲୋକଙ୍କ ପ୍ରାଣହାନୀ ହୋଇଛି। ୪୮ ହଜାର ସଂକ୍ରମିତ ହୋଇଛନ୍ତି। ୧୬ ଭାରତୀୟ ଆକ୍ରାନ୍ତଙ୍କୁ ହୋମ୍‌ କ୍ବାରେଣ୍ଟାଇନରେ ରଖାଯାଇଛି। ଏମାନେ ସମସ୍ତେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ସହାୟତା ଲାଗି ଭାରତୀୟ ଦୂତାବାସର ଅଧିକାରୀମାନେ ସ୍ଥାନୀୟ ଅଧିକାରୀଙ୍କ ସହିତ ମିଶି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories