www.samajalive.in
Thursday, December 11, 2025
15.1 C
Bhubaneswar

ସତର୍କ କଲା ଗୁଇନ୍ଦା ଏଜେନ୍ସି: ଭାରତରେ ଆତଙ୍କ ସୃଷ୍ଟି କରିପାରେ ଜୈସ ଏ ମହମ୍ମଦ

ପାକିସ୍ଥାନର ଆତଙ୍କବାଦୀ ସଙ୍ଗଠନ ଜୈଶ ଏ ମହମ୍ମଦ ଭାରତରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । କରୋନା ସଂକଟ କାଳରେ ଜୈଶ ଓ ପାକିସ୍ଥାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଏପରି ଷଡ଼ଯନ୍ତ୍ରର ଯୋଜନା କରିଛି ।

ସୂଚନା ଅନୁସାରେ ଆଇଏସଆଇ ଏଥିପାଇଁ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନକୁ ଦାୟିତ୍ବ ଦେଇଛି । ଏପରିକି ଆବଶ୍ୟକସ୍ଥଳେ ସ୍ଥାନୀୟ ଗ୍ୟାଙ୍ଗଷ୍ଟାରମାନଙ୍କୁ ପ୍ରଚୁର ଅର୍ଥ ଦେଇ ଆତଙ୍କ ସୃଷ୍ଟି କାର୍ଯ୍ୟରେ ଲଗାଇବା ପାଇଁ ଲକ୍ଷ୍ୟ ରଖିଛି । ଭାରତର ଏକ ଗୁଇନ୍ଦା ଏଜେନ୍ସି ଏ ସମ୍ପର୍କରେ ସରକାରଙ୍କୁ ସୂଚନା ଦେଇଛି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଆଇଏସଆଇର ରାୱଲପିଣ୍ଡରେ ହୋଇଥିବା ଏକ ବୈଠକରେ ଜୈଶର ମୁଖ୍ୟ ମସୁଦ ଅଜହର ଭାି ମୁଫତି ରଉଫ ଅସଗର ସହ ସକିଲ ଅହମ୍ମଦ ସାମିଲ ଥିଲେ । ଏହି ବୈଠକରେ ଏପରି ଆଲୋଚନା ହୋଇଛି ।

- Advertisement -

ଏହି ବୈଠକ ଗତ ୨୦ ତାରିଖରେ ହୋଇଥିଲା । କାଶ୍ମୀର ସହ ଦେଶର ବିିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ଓ ଆତଙ୍କ ସୃଷ୍ଟିକାରୀ କାର୍ଯ୍ୟ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ରାଉଫ ଅସଗର, ମୁଫତି ଅଜଘର ଖାଁ କାଶ୍ମିରୀ ଓ କ୍ବାରୀ ଜରାର ଇସଲାମାବାଦରୁ ଥାଇ ଏହି ବୈଠକର ଆଲୋଚନାରେ ଭାଗ ନେଇଥିଲେ । ଗୁଇନ୍ଦା ଏଜେନ୍ସି ସୂଚନା ଅନୁସାରେ ପାକିସ୍ଥାନ ଭାବୁଛି ଯେ ଭାରତର ପୁରା ଧ୍ୟାନ ଏବେ କାଶ୍ମୀରରେ ଆତଙ୍କବାଦ ନିୟନ୍ତ୍ରଣ ଉପରେ ରହିଛି । ଏହାର ସୁଯୋଗରେ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଆତଙ୍କବାଦ କାର୍ଯ୍ୟକଳାପ କରିବା ସହଜ ହେବ ବୋଲି ଆଇଏସଆଇ ଓ ଜୈଶ ଯୋଜନାକରିଛନ୍ତି । 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories