www.samajalive.in
Wednesday, December 10, 2025
26.1 C
Bhubaneswar

ପୁଅର ତଣ୍ଟି ଚିପି ହତ୍ୟାପରେ ମା’ର ଆତ୍ମହତ୍ୟା

ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ସଠଳପୁର ଗାଁରେ ଏକ ଲୋମଜର୍ଷଣକାରୀ ଆତ୍ମହତ୍ୟା ଘଟିଛି । ଏହି ଗାଁରେ ଜଣେ ମହିଳାଙ୍କ ସମେତ ତାଙ୍କର ୫ବର୍ଷର ଶିଶୁପୁତ୍ର ର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଏହି ଗାଁର ମନୋଜ ରାଉତଙ୍କ ସ୍ତ୍ରୀ ନିଳିମା ଓରଫ ତନୁଜା ରାଉତ ଓ ତାଙ୍କର ୫ବର୍ଷର ଶିଶୁପୁତ୍ର ମୁନୁ ଓରଫ ବିକ୍ରମାଦିତ୍ୟ ରାଉତ । ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପରିବାର ଲୋକେ ଏ ବାବଦରେ କାହାରିକୁ ନଜଣାଇ ରାତି ମଧ୍ୟରେ ଶବ ଦୁଇଟି କୁ ଗାଁ ମଶାଣିରେ ଦାହ କରି ଦେଇଥିବା ଜଣା ଯାଇଛି । ମୃତ ମହିଳା ଜଣକ ପ୍ରଥମେ ପୁଅର ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମ ହତ୍ୟା କରିଥିବାର ଶାଶୁ ଘର ଲୋକେ କହୁଛନ୍ତି। ମୃତ୍ୟୁର ସଠିକ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ବିଳମ୍ବିତ ରାତିରେ ଘର ଲୋକେ ଖୋଜାଖୋଜି କରିବା ପରେ ପୁଅର ଶବକୁ ଅଳକା ନଦୀ ପାଣି ଭିତରୁ ଉଦ୍ଧାର କରିଥିବା ବେଳେ ନିଳିମାଙ୍କ ଶବକୁ ନଦୀ କୂଳର ଏକ ଗଛ ମୂଳରୁ ବେକରେ ରଶି ଲାଗିଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ।ଘଟଣା ସମ୍ପର୍କରେ ନାଉଗାଁ ପୋଲିସ ନିଜ ଆଡୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତକଙ୍କ ସ୍ୱାମୀ ମନୋଜ ରାଉତ ଓ ଶଶୁର ଅଭିଳାଷ ରାଉତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories