www.samajalive.in
Wednesday, December 10, 2025
26.1 C
Bhubaneswar

ଘରେ ପଶିଲା ବସ୍‍ : ମୋଦୀଙ୍କ ରାଲିକୁ ଯାଉଥିବା ବିଜେପି କାର୍ଯ୍ୟକର୍ତ୍ତା ଆହତ

ବରେଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଅଘଟଣ ବନ୍ଦ ହେବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗର ମିଦନାପୁର ପରେ ଶନିବାର ଉତ୍ତରପ୍ରଦେଶର ଶାହାଜାହାନପୁରରେ ଆୟୋଜିତ ରାଲିରେ ଯୋଗ ଦେବାକୁ ଯାଉଥିବା ଏକ ବସ୍‍ ଦୁର୍ଘଟଣା ଗ୍ରସ୍ତ ହେବାରୁ ୧୨ ଜଣ ବିଜେପି କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଶାହାଜାହାନପୁର ଯାଉଥିବା ବସ ବରେଲୀ ନିକଟରେ  ନିୟନ୍ତ୍ରଣ ହରାଇ ଜଣଙ୍କ ଘର ଭିତରକୁ ପଶିଯାଇଛି।  ଏହି ଦୁର୍ଘଟଣାରେ ବସରେ ଥିବା ୧୦ରୁ ଅଧିକ  ବିଜେପି ସମର୍ଥକ ଆହତ ହୋଇଛନ୍ତି।  ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନକୁ  ଦୃଷ୍ଟିରେ ରଖି ଶ୍ରୀ ମୋଦୀ ଘନ ଘନ ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି। ଗତ ୧୪ ଓ ୧୫ ତାରିଖରେ ସେ  ଉତ୍ତରପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories