www.samajalive.in
Wednesday, December 10, 2025
16.1 C
Bhubaneswar

ଫେବ୍ରୁଆରୀ ଏକ ତାରିଖରେ ଖୋଲିବ ଶ୍ରୀମନ୍ଦିର -ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ପୁରୀ – ଫେବ୍ରୁଆରୀ ଏକ ତାରିଖରେ ଖୋଲିବ ଶ୍ରୀମନ୍ଦିର । ସାଧାରଣ ଲୋକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିପାରିବେ । ଜାନୁଆରୀ ମାସରେ କରୋନାର ତୃତୀୟ ଲହର ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ପୁରୀର ବାସିନ୍ଦାମାନେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ଅନ୍ୟ ଦର୍ଶନାର୍ଥୀମାନେ ପୂର୍ବ ଦ୍ୱାର ବା ସିଂହ ଦ୍ୱାର ଦେଇ ପ୍ରବେଶ କରିବେ । ଏହି ସମୟରେ କୋଭିଡ୍‌ କଟକଣାକୁ ପାଳନ କରାଯିବ । ପୂର୍ବ ଭଳି ରବିବାରରେ ଶ୍ରୀମନ୍ଦିର ଶୋଧନ ପାଇଁ ବନ୍ଦ ରହିବ ।

 

- Advertisement -

ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା। କେବଳ ପାଳିଆ ସେବାୟତଙ୍କ ସହ ଶ୍ରୀମନ୍ଦିରର ଦୈନନ୍ଦିର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରୁଥିଲେ ।

ଅପରାହ୍ଣରେ ବସିବ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ବସିଥିଲା । ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିତିଲେ  ।  ବେ ବୈଠକରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ନେଇ ନିଷ୍ପତ୍ତି  ନିଆଯାଇଛି । । କରୋନା କଟକଣା ଯୋଗୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ରୀତିନୀତି ଅନୁଯାୟୀ ମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି ସେବାୟତ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଯୋଗୁ ଶ୍ରୀମନ୍ଦିରକୁ ବନ୍ଦ କରିଥିଲା ପ୍ରଶାସନ । ହେଲେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି  ନିଆଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories