ଇଚ୍ଛାନୁସାରେ ଗାଡ଼ିରେ ଭରିପାରିବେନି ଇନ୍ଧନ

ଆଇଜଲ: ଏଣିକି ନିଜ ଗାଡ଼ିରେ ଇଚ୍ଛାନୁସାରେ କେହି ଇନ୍ଧନ ଭରିପାରିବେ ନାହିଁ। ଏଥିପାଇଁ ମିଜୋରାମ ସରକାର କଟକଣା ଜାରି କରିଛନ୍ତି। ସରକାରୀ ବିଜ୍ଞପ୍ତିରେ ମୋଟର ସାଇକଲ, ସ୍କୁଟର, କାର କିମ୍ବା ବସ୍‌ ଇତ୍ୟାଦି ପାଇଁ ଇନ୍ଧନର ପରିମାଣ ଧାର୍ୟ୍ୟ କରାଯାଇଛି। କେଉଁ ଗାଡ଼ି କେତେ ଇନ୍ଧନ ଭରିବେ ତାର ଏକ ସାରଣୀ ପ୍ରସ୍ତୁତ ହୋଇଛି। ସ୍କୁଟି ଚାଳକଙ୍କ ପାଇଁ ଦୈନିକ ସର୍ବାଧିକ ୩ଲିଟର, ମୋଟରସାଇକଲ ପାଇଁ ୫ ଲିଟର, କାର ପାଇଁ ୧୦ ଲିଟର ଓ ବସ ପାଇଁ ସର୍ବାଧିକ ୧୦୦ ଲିଟର ଧାର୍ୟ୍ୟ ହୋଇଛି। ମାଲ ପରିବହନ ଗାଡିଗୁଡିକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି। କରୋନା କଟକଣା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Comments are closed.