www.samajalive.in
Saturday, December 6, 2025
26.1 C
Bhubaneswar

ସିରିୟା ପ୍ରତିରକ୍ଷା ମୁଖ୍ୟାଳୟ ଉପରେ ଇସ୍ରାଏଲର ଆକ୍ରମଣ

ତେଲ୍ଆଭିଭ୍‌: ସିରିୟାର ପ୍ରତିରକ୍ଷା ମୁଖ୍ୟାଳୟ ଉପରେ ବୋମାମାଡ କରିଛି ଇସ୍ରାଏଲ। ସିରିୟା ସେନା ଓ ଡ୍ରୁଜେ ସଶସ୍ତ୍ର ବାହିନୀ ମଧ୍ୟରେ ଲାଗି ରହିଥିବା ସଂଘର୍ଷ କ୍ରମରେ ଇସ୍ରାଏଲ ଏହି ଆକ୍ରମଣ କରିଛି। ବୁଧବାର ଇସ୍ରାଏଲ ସେନା କହିଛି ଯେ ଡ୍ରୁଜେ ଗୋଷ୍ଠୀକୁ ସମର୍ଥନ କରିବା ପୂର୍ବକ ଏହା ସିରିୟା ଉପରେ ଆକ୍ରମଣ କରିଛି। ଆକ୍ରମଣରେ ରାଜଧାନୀ ଦମାସ୍କସସ୍ଥିତ ସିରିୟାର ପ୍ରତିରକ୍ଷା ମୁଖ୍ୟାଳୟ ନଷ୍ଟ ହୋଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ସେନା ସିରିୟା ସରକାରଙ୍କୁ ଚେତାବନୀ ଦେବା ପୂର୍ବକ ଡ୍ରୁଜେ ଗୋଷ୍ଠୀ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ନେବାକୁ କହିଛି। ଦକ୍ଷିଣ ସିରିୟାର ସ୍ବୀଦା ପ୍ରଦେଶରେ ରହୁଥିବା ଏକ ସଂଖ୍ୟାଲଘୁ ଗୋଷ୍ଠୀ ହେଉଛନ୍ତି ଡ୍ରୁଜେ ଗୋଷ୍ଠୀ। ଡ୍ରୁଜେ ଏକ ସମ୍ପ୍ରଦାୟ ଯାହା ଏକେଶ୍ବରବାଦ ଓ ସମନ୍ବୟବାଦ ଉପରେ ବିଶ୍ବାସ କରିଥାନ୍ତି।

ସେମାନେ ପୁନର୍ଜନ୍ମ ଓ ଆତ୍ମାର ଅମରତ୍ବକୁ ସ୍ବୀକାର କରିଥାନ୍ତି। ଏହି ସମ୍ପ୍ରଦାୟର ଲୋକ ସିରିୟା ସହିତ ଲେବାନନ୍ ଓ ଇସ୍ରାଏଲରେ ବସବାସ କରନ୍ତି। ସିରିୟାରେ ଏମାନଙ୍କ ସଂଖ୍ୟା ପ୍ରାୟ ୧୦ଲକ୍ଷ। ସ୍ବୀଦା ପ୍ରଦେଶରେ ଏମାନଙ୍କର ସଂଖ୍ୟା ଗରିଷ୍ଠତା ରହିଛି। ବସର ଅସାଦଙ୍କ ଶାସନ ସମୟରେ ଏହି ସମ୍ପ୍ରଦାୟଙ୍କୁ ଦେଶରୁ ବିତାଡିତ କରାଯାଇଥିଲା। ଏବେ ଏହି ସମ୍ପ୍ରଦାୟର ଲୋକ ନିଜ ପ୍ରତ୍ୟାବର୍ତ୍ତନ କରୁଥିବାବେଳେ ସେମାନଙ୍କୁ ସରକାର ବିରୋଧ କରୁଛନ୍ତି। ଡ୍ରୁଜେ ସମ୍ପ୍ରଦାୟ ଉପରେ ସିରିୟା ସେନାର ଆକ୍ରମଣରେ ପ୍ରାୟ ୨୫୦ଜଣଙ୍କର ମୃତ୍ୟୁ ହେଲାଣି। ଇସ୍ରାଏଲର ଆକ୍ରମଣରେ ସିରିୟାର ଜଣେ ନାଗରିକ ପ୍ରାଣ ହରାଇଛନ୍ତି। ସିରିୟା ଉପରେ ଆଗକୁ ଅଧିକ ଆକ୍ରମଣ କରିବ ବୋଲି ଇସ୍ରାଏଲ କହିଛି। ଇସ୍ରାଏଲର ଆକ୍ରମଣ ସମୟରେ ସିରିୟା ଖବର ପ୍ରସାରଣ ମୁଖ୍ୟାଳୟରେ ଖବର ପଢୁଥିବା ଜଣେ ଆଙ୍କର ହଠାତ୍ ଉଠି ପଳାଇଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories