ସରକାର ଗଢିବାକୁ ନେତନ୍ୟାହୁଙ୍କୁ ଏକ ମାସ ସମୟ

ନୂଆଦିଲ୍ଲୀ: ଇସ୍ରାଏଲ୍‍ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତନ୍ୟାହୁଙ୍କୁ ସେପ୍ଟେମ୍ବର ୧୭ ତାରିଖ ଶେଷ ସମୟ ପୁରିଯାଇଥିବାରୁ ନୂଆ ସରକାର ଗଠନ କରିବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି। ନେତନ୍ୟାହୁ ଓ ତାଙ୍କର ପ୍ରତିଦ୍ୱନ୍ଦ୍ୱି ବେନିଗଞ୍ଜଙ୍କ ମଧ୍ୟରେ ସମାଧାନ ହୋଇ ନପାରିବାରୁ ରାଷ୍ଟ୍ରପତି ନୂଆ ସରକାର ଗଠନ ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି। ସରକାର ଗଠନ କରିବା ପାଇଁ ବର୍ତ୍ତମାନ ନେତନ୍ୟାହୁଙ୍କୁ ୨୮ଦିନ ସମୟ ମିଳିବ ଏବଂ ଆବଶ୍ୟକ ପଡିଲେ ଆଉ ୨ ସପ୍ତାହ ପାଇଁ ଅଧିକ ସମୟ ଦିଆଯିବ। ଯଦି ଏହି ସମୟ ଭିତରେ ସରକାର ଗଠନ କରିବା ସମ୍ଭବ ନହୁଏ ତାହେଲେ ରାଷ୍ଟ୍ରପତି ଅନ୍ୟ କାହାକୁ ସରକାର ଗଠନ ପାଇଁ ଦାୟିତ୍ୱ ଦେଇପାରନ୍ତି।

୬୯ ବର୍ଷ ବୟସ୍କ ନେତନ୍ୟାହୁ ସବୁଠାରୁ ଅଧିକ ଦିନ ହେଲା ଇସ୍ରାଏଲ୍‍ର ପ୍ରଧାନମନ୍ତ୍ରୀ ଭାବେ ରହିଛନ୍ତି ଏବଂ ସେ ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ ପଦ ହସ୍ତାନ୍ତର କରିବାକୁ ଚାହୁଁନଥିବାରୁ ସେ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମୋଟ୍‍ ୧୩ ବର୍ଷରୁ ଅଧିକ ଦିନ ହେଲା ନେତନ୍ୟାହୁ ସେ ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି। ସଂସଦୀୟ ନିର୍ବାଚନରେ ନେତନ୍ୟାହୁଙ୍କୁ ୫୫ ଓ ବେନିଗଞ୍ଜଙ୍କୁ ୫୪ଟି ଆସନ ମିଳିଛି।

Comments are closed.