ଆଜି ଅର୍ଥାତ୍ ୨୬ ଜୁଲାଇରେ ୨୦ ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହାରେ ହୋଇଥିବା ଏହି ଐତିହାସିକ ଯୁଦ୍ଧ ସମୟରେ ଭାରତକୁ ଖୁବ୍ ସାହାଯ୍ୟ କରିଥିଲା ଇସ୍ରାଏଲ୍। ସେ ସମୟରେ ଭାରତୀୟ ବାୟୁସେନା ନିକଟରେ ଅତ୍ୟାଧୁନିକ ଯୁଦ୍ଧ କୌଶଳ ଏବଂ ଅସ୍ତ୍ରଶସ୍ତ୍ର ନଥିଲା। ଯାହାଫଳରେ ବାୟୁସେନା ଯୁଦ୍ଧରେ ସାହାଯ୍ୟ କରିବାରେ ସେତେଟା ସଫଳ ହୋଇ ନ ଥିଲା। କାରଣ ଶତ୍ରୁ ଉପରେ ଥିଲା ଏବଂ ତାକୁ କଡ଼ା ଜବାବ ତଳୁ ଦେବାର ଥିଲା। ଏହି ସମୟରେ ଇସ୍ରାଏଲ୍ ଭାରତ ପାଇଁ ସଙ୍କଟ ମୋଚକ ସାଜିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଇସ୍ରାଏଲ୍ ଭାରତୀୟ ସେନାକୁ ଅନେକ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ବିକଶିତ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା, ଯଦ୍ୱାରା ତଳୁ ଥାଇ ଉପରକୁ ସହଜରେ ଲକ୍ଷ୍ୟ ଭେଦ କରାଯାଇପାରିବ। ଇସ୍ରାଏଲ୍ ଆମେରିକାର ବିରୋଧ ଏବଂ ଚାପ ସତ୍ତ୍ବେ ଭାରତକୁ ସାହାଯ୍ୟ କରିଥିଲା। ସୀମାପାର ଆତଙ୍କବାଦୀ ସହ ଲଢିବାର ବିଶେଷ ଅଭିଜ୍ଞତା ଓ ଏପରି ସ୍ଥିତିକୁ ନିୟନ୍ତ୍ରଣରେ ରଖିବାର ସକ୍ଷମ କୌଶଳ ଇସ୍ରାଏଲ୍ ସେନା ପାଖରେ ଥିଲା ଏବଂ ସେ ଏସବୁ ବିଷୟରେ ଭାରତୀୟ ସେନାକୁ ଅବଗତ କରାଇଥିଲା।
ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର



