www.samajalive.in
Tuesday, December 9, 2025
17.1 C
Bhubaneswar

ଇରାନ ଦ୍ୱାରା ଜବତ ଜାହଜରୁ ମୁକ୍ତ ହେଲେ ୯ ଭାରତୀୟ

ତେହରାନ : ଇରାନ ଦ୍ୱାରା ଜବତ ବ୍ରିଟେନ ଏବଂ ୟୁଏଇର ଦୁଇ ଜାହାଜରେ ଥିବା ୩୦ ଭାରତୀୟଙ୍କ ମଧ୍ୟରୁ ୯ ଜଣଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ରିପୋର୍ଟ ଅନୁସାରେ ଏବେବି ୨୧ ଜଣ ଭାରତୀୟ ଇରାନରେ ବନ୍ଦୀ ଅଛନ୍ତି।
ଇରାନ ଚଳିତ ମାସର ଆରମ୍ଭରେ ନିଜ ସମୁଦ୍ର ସୀମା ଉଲ୍ଲଙ୍ଘନ ଅଭିଯୋଗରେ ୟୁଏଇର ଏମଟି ରିୟା ଜାହାଜକୁ ଜବତ କରିଥିଲା। ସେଥିରେ ୧୨ ଜଣ ଭାରତୀୟ ଥିଲେ। ଏହାପରେ ଇରାନ ବ୍ରିଟେନର ଷ୍ଟେନା ଇମ୍ପରୋ ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଓ ସେଥିରେ ୧୮ ଜଣ ଭାରତୀୟ ଥିଲେ। ଉଭୟ ଜାହାଜରୁ ୩୦ ଜଣ ଭାରତୀୟଙ୍କୁ ଇରାନ ବନ୍ଦୀ ରଖିଥିଲା। ସେମାନଙ୍କୁ ମୁକ୍ତ କରିବା ପାଇଁ ଭାରତ ବୈଦେଶିକ ମନ୍ତ୍ରାଳୟ ଇରାନ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଇରାନ୍‌ର ରିଭୋଲୁସ୍‌ନାରୀ ଗାର୍ଡ (ଇରାନ ସେନା) ଦ୍ବାରା ଜବତ ‘ଷ୍ଟେନା ଇମ୍ଫରୋ‌’ ଜାହାଜର  ରୁଷିଆ, ଫିଲିପାଇନ୍ସ, ଲାଟିଭିଆର ଅନ୍ୟ ୫ଟି ଦେଶର ନାଗରିକ ଅଛନ୍ତି । ସମସ୍ତେ ସୁରକ୍ଷିତ ଓ ସୁସ୍ଥ ଥିବା ଇରାନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଇରାନ୍‌ ଓ ବ୍ରିଟେନ୍‌ ମଧ୍ୟରେ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଏହି ଜାହାଜକୁ ଜବତ କରାଯାଇଥିବା ଜଣାପଡ଼ିଛି। ଏହି ବିବାଦର ସମାଧାନ ସହିତ ଜାହାଜର ମୁକ୍ତି ପାଇଁ ପ୍ରୟାସ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି। ତେହରାନସ୍ଥିତ ଭାରତୀୟ ଦୂତାବାସ କର୍ତ୍ତୃପକ୍ଷ ବନ୍ଦୀ ଭାରତୀୟଙ୍କ ମୁକ୍ତି ପାଇଁ ପ୍ରଚେଷ୍ଟା ଜାରି ରଖିଛି। ତେବେ ସବୁ ଭାରତୀୟ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କୁ ମୁକ୍ତ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ବିଦେଶ ରାଷ୍ଟ୍ର ମନ୍ତ୍ରୀ ମୂରଲୀଧର ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ବ୍ରିଟେନ ସ୍ପେନ ଉପକୂଳବର୍ତ୍ତୀ ଅଞ୍ଚଳରୁ ଇରାନର ଏକ ଜାହାଜ ‘ଗ୍ରେସ-୧’କୁ ଜବତ କରିଥିଲା। ଏଥିରେ ୨୪ ଜଣ ଭାରତୀୟ ଥିଲେ। ସେମାନେ ଏବେବି ବ୍ରିଟେନରେ ବନ୍ଦୀ ଅଛନ୍ତି। ସେମାନଙ୍କୁ ମୁକୁଳାଇବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories