www.samajalive.in
Saturday, December 6, 2025
16.1 C
Bhubaneswar

ଅମ୍ବାନୀଘର ବାହାଘର : ଝଲସୁଛି ଏଣ୍ଟିଲିୟା

ମୁମ୍ବଇ : ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଏଥିପାଇଁ ଆଲୋକମାଳା ଓ ରଙ୍ଗୀନ ଫୁଲରେ ଝଲସୁଛି ତାଙ୍କ ମୁମ୍ବଇ ସ୍ଥିତ ବାସଭବନ ଏଣ୍ଟିଲିୟା। ଇଶାଙ୍କ ବିବାହ ବିଶିଷ୍ଟ ବ୍ୟବସାୟୀ ପୀରାମଲ ପରିବାରର ପୁଅ ଆନନ୍ଦ ପୀରାମଲଙ୍କ ସହ ଅନୁଷ୍ଠିତ ହେଉଛି। ଅମ୍ବାନୀଘରର ଏହି ବାହାଘର ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ଏହାକୁ ବି ଚଳିତ ବର୍ଷର ସବୁଠୁ ବଡ଼ ବାହାଘର ବୋଲି କୁହାଯାଉଛି । ବାହାଘରର ଆୟୋଜନସ୍ଥଳ ଏଣ୍ଟିଲିୟା ହେଉଛି ଦେଶର ସବୁଠୁ ବ୍ୟୟବହୁଳ ଘର।  ୨୭ ମହଲା ବିଶିଷ୍ଟ ଏଣ୍ଟିଲିୟାକୁ ତିଆରି କରିବା ପାଇଁ ୧୦ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫୋର୍ବସ ମ୍ୟାଗାଜିନ୍‍ ଦ୍ୱାରା ପ୍ରକାଶିତ ୨୦ଜଣ ସବୁଠାରୁ ଧନୀ ବ୍ୟକ୍ତିଙ୍କ ଘରର ତାଲିକାରେ ଏଣ୍ଟିଲିୟା ପ୍ରଥମ ସ୍ଥାନରେ ରହିଛି ।

ଅମ୍ବାନୀ ପରିବାରର ଏହି ମହାବିବାହରେ ଅନେକ ଲୋକପ୍ରିୟ ସିନେ-ତାରକାଙ୍କ ସମେତ ରାଜନୀତି ଜଗତର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯୋଗ ଦେଉଛନ୍ତି । ସୂଚନା ଅନୁସାରେ ପ୍ରାୟ ୬୦୦ ଅତିଥି ଏହି ବିବାହ ଉତ୍ସବରେ ଯୋଗ ଦେଉଛନ୍ତି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

- Advertisement -

ବିବାହ ପରେ ଗୁରୁବାର ପୀରାମଲ ପରିବାର ଓ ଶୁକ୍ରବାର ଅମ୍ବାନୀ ପରିବାର ପକ୍ଷରୁ ପୃଥକ ପୃଥକ ରିସେପସନ୍‍ ପାର୍ଟିର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories