ଆଇଏଏସସ୍ତରରେ ଅଦଳବଦଳ: ପରାଗ ଗୁପ୍ତା ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ, ମାନସୀ ନିମ୍ଭାଲ ଓଏସଏଲଏମ ସଦସ୍ୟ ସଚିବ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By Samaja Live Last updated Oct 27, 2020 Image Courtesy: Wikipedia Share ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଅନୁରୂପ ଭାବରେ ୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭାଲଙ୍କୁ ଓଏସଏଏମ୍ ବୋର୍ଡର ସଦସ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହ ଟିଡିକଲ ଏମଡି ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । Related Posts ସୋମବାର ୪ ଘଣ୍ଟା ଜଗା ଦର୍ଶନ ବନ୍ଦ Nov 24, 2024 ଥାନାରୁ ଅଭିଯୁକ୍ତ ଚମ୍ପଟ୍ Nov 24, 2024 ରାଜ୍ୟ ସରକାର ଆଇଏଏସସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ୧୯୯୩ ବ୍ୟାଚ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଅତିରିକ୍ତ ଭାବରେ ବହନ କରୁଥିବା ସିଡ଼ିଏ ଦାୟିତ୍ଵ ଜି.ମାଥିଭାଥନନଙ୍କୁ ପ୍ରଦାନ କରାଯାଇଛି । ଶ୍ରୀ ମାଥିଭାଥନନ୍ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵରେ ଅଛନ୍ତି । ସେହିପରି ୨୦୧୪ ବ୍ୟାଚ୍ ଆଇଏଏସ୍ ଡକ୍ଟର ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ସେ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି । Share FacebookTwitterWhatsApp
Comments are closed.