www.samajalive.in
Sunday, December 7, 2025
16.1 C
Bhubaneswar

ଶ୍ରମିକ ବଦଳରେ ମେସିନ ଦ୍ୱାରା ଚାଲିଛି ମନରେଗା ପୋଖରୀ ଉନ୍ନତିକରଣ

ଦେବଗଡ଼: ଗ୍ରାମାଞ୍ଚଳର ବିକାଶ ସମେତ ଓ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ମନରେଗା) ଆରମ୍ଭ କରିଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀ, ଯନ୍ତ୍ରୀ ଓ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦେବଗଡ଼ ଜିଲାରେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି। ଶ୍ରମିକମାନେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ହେଁ ମନରେଗା ଅଧିନସ୍ଥ ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱିପ୍ରହରରେ ମେସିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକମାନେ କାମଧନ୍ଦାରୁ ବଞ୍ଚିତ ହେବାସହ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମନରେଗା ଯୋଜନା ଆରମ୍ଭ ହୋଇଛି ତାହା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ଏହି କ୍ରମରେ ତିଲେଇବଣି ବ୍ଲକ ତାଳକୁଣ୍ଡି ଗ୍ରାମପଂଚାୟତର ମହୁଲଦର୍ହ ଗ୍ରାମରେ ଚାଲିଥିବା ପୋଖରୀ(ଅମୃତ ସରୋବର) ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ମନରେଗା ଯୋଜନାରେ ହେଉଥିବା ଉକ୍ତ ପୋଖରୀ ଖୋଳା କାର୍ଯ୍ୟ ଶ୍ରମିକ ବଦଳରେ ଦିନ ଦ୍ୱିପ୍ରହରରେ ମେସିନ ସହାୟତାରେ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପୋଖରୀର ଉନ୍ନତିକରଣ ନିମନ୍ତେ ସରକାର୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରୁ ୧୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମାତ୍ର ନିୟମ ଅନୁଯାୟୀ ଶ୍ରମିକମାନଙ୍କ ଦ୍ୱାରା ଉକ୍ତ ପୋଖରୀର ଉନ୍ନତିକରଣ କରା ନଯାଇ ଦିନ ଦ୍ୱିପ୍ରହରରେ ମେସିନ ସହାୟତାରେ ଖୋଳାଯାଉଥିବା ଦେଖିବାକୁ ମିଳୁଛି। ଫଳରେ କାମଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ଶ୍ରମିକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଏବଂ ନିରାଶାଭାବ ପ୍ରକାଶ ପାଇଛି। ସେହିପରି ଏନେଇ ସେମାନେ ତାଳକୁଣ୍ଡି ଗ୍ରାମପଞ୍ଚାୟତର ଗ୍ରାମ ରୋଜଗାର ସେବକ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ଏପରିକି ତିଲେଇବଣି ବ୍ଲକର ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଶ୍ରମିକମାନଙ୍କ ମନରେ ତୀବ୍ର ଅସନ୍ତୋଷ ଏବଂ ନିରାଶା ଭାବ ପ୍ରକାଶ ପାଇଛି। ଏ ସମ୍ପର୍କରେ ମତାମତ ପାଇଁ ତାଳକୁଣ୍ଡି ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ସୁପେଇ ଲାକ୍ରାଙ୍କୁ ଯୋଗାଯୋଗ କରିବାରୁ ଏହି କାମ ପଂଚାୟତ ସମିତିର ହୋଇଥିବାରୁ ଏ ବିଷୟରେ ତାଙ୍କର କିଛି କହିବାର ନାହିଁ ବୋଲି ଉତ୍ତର ଦେଇଛନ୍ତି। ସେହିପରି ଗ୍ରାମ ରୋଜଗାର ସହାୟକ ସୌଭାଗ୍ୟ କୁମାର ସାହୁ ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରାଙ୍କ ମତ ଲୋଡିବାରୁ ସେମାନେ କୌଣସି ସଠିକ ଉତ୍ତର ଦେବା ପରିବର୍ତ୍ତେ ପ୍ରଶ୍ନକୁ ଏଡାଇବା ପାଇଁ ଉକ୍ତ ପୋଖରୀର ନିର୍ମାଣ/ଉନ୍ନତିକରଣ ସମ୍ପର୍କରେ କିଛି ଜାଣିନଥିବା ଉତ୍ତର ଦେଇଛନ୍ତି।

- Advertisement -

ଅନ୍ୟପକ୍ଷରେ ମତାମତ ପାଇଁ ଉକ୍ତ ଗ୍ରାମପଂଚାୟତର ସରପଞ୍ଚ ଆମରସନ ହେମ୍ରମ ଓ ତିଲେଇବଣି ବ୍ଲକର ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ। ଏଣୁ ଖୋଦ ଜିଲାପାଳ ଏ ଘଟଣାର ନିରପେକ୍ଷ ତଦନ୍ତ କରି ଅସାଧୁ କର୍ମଚାରୀ ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories