ଇରଫାନ ଖାନ୍ଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଛି
ନୂଆଦିଲ୍ଲୀ: ବଲିଉଡ୍ର ଅଭିନେତା ଇରଫାନ୍ ଖାନ୍ଙ୍କୁ ଏକ ଛୋଟ ଅବୁର୍ଦ ବା ଟ୍ୟୁମର ହୋଇଥିବା ଜଣା ପଡିଛି । ତାଙ୍କୁ ବର୍ତ୍ତମାନ ନ୍ୟୁରୋ ଏଣ୍ଡ୍ରୋକାଇନ୍ ଟ୍ୟୁମର ପାଇଁ ଚିକିତ୍ସା କରାଯାଉଛି । ସାଧାରଣତଃ ଏହା କ୍ଷୁଦ୍ରତନ୍ତ୍ରରେ ହୋଇଥାଏ । ମାତ୍ର ବେଳେ ବେଳେ ଏହା ଶରୀରର ଅନ୍ୟ ଅଂଶରେ ବି ହୋଇ ପାରେ । ଏଥିପାଇଁ ତାଙ୍କୁ ଦେଶ ବାହାରେ ଚିକିତ୍ସା ହେବାକୁ ପଡିବ । ଏଥିପାଇଁ ସମସ୍ତେ ପ୍ରାର୍ଥନା କରିବା ପାଇଁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଜୀବନରେ ଅନେକ କିଛି କରିବାକୁ ଅଛି । ପ୍ରଶଂସକମାନଙ୍କର ଶୁଭେଚ୍ଛା ଓ ପ୍ରାର୍ଥନା ଯୋଗୁଁ ସେ ଭଲ ହେବ , ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଆହୁରି ଭଲ କାହାଣୀରେ ଅଭିନୟ କରି ଦେଖାଇ ପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।
ସେ ଚିକିତ୍ସା ପାଇଁ ଦେଶ ବାହାରକୁ ଯାଉଛନ୍ତି । ଶୀଘ୍ର ଆରୋଗ୍ୟ. ହୋଇ ଆସି ବହୁ ଭଲ କାହାଣୀରେ ଅଭିନୟ କରି ସମସ୍ତଙ୍କୁ ମନୋରଞ୍ଜନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।
— Irrfan (@irrfank) March 16, 2018