www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ କରାଇଥିଲା ଇରାନ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଗତ ଜାନୁୟାରୀରେ ଘଟିଥିବା ବୋମା ବିସ୍ଫୋରଣ ପଛରେ ଇରାନ୍‌ର ହାତ ଥିଲା। ଭାରତ ସହିତ ଶତ୍ରୁତାର ପ୍ରତିଶୋଧ ନେବା ଲାଗି ଇରାନ ବଡ଼ ଚତୁରତାର ସହିତ ସ୍ଥାନୀୟ ଆତଙ୍କୀଙ୍କୁ ଏହି ବିସ୍ଫୋରଣରେ ନିୟୋଜିତ କରିଥିଲା। ଏହି ଘଟଣାର ତଦନ୍ତ କରୁଥିବା ଏନଆଇଏ ଏବଂ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦକୁ ମିଳିଥିବା ତଥ୍ୟପ୍ରମାଣରୁ ଏହାର ପର୍ଦ୍ଦାଫାଶ ହୋଇଛି।

ଇସ୍ରାଏଲ ଦୂତାବାସ ବାହାରେ ଘଟିଥିବା ବିସ୍ଫୋରଣରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଗୋଟିଏ ଚିଠି ମିଳିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏହି ଆକ୍ରମଣ ୨ ଇରାନୀ ନାଗରିକଙ୍କ ହତ୍ୟାର ପ୍ରତିଶୋଧ ପାଇଁ କରାଯାଇଛି। ଏହା ପରଠାରୁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ବିସ୍ଫୋରଣ ଘଟଣାର ତଦନ୍ତ ବିଭିନ୍ନ ଦିଗକୁ ନେଇ ଆରମ୍ଭ କରାଯାଇଥିଲା। ଇରାନ୍‌ର କୁଡ୍‌ସ ଫୋର୍ସ ଏହି ବିସ୍ଫୋରଣ କରିଥିବା ତଦନ୍ତରୁ ପର୍ଦ୍ଦାଫାଶ ହୋଇଛି।

- Advertisement -

ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁସାରେ, ଇସ୍ରାଏଲ ଦୂତାବାସ ବାହାରେ ଘଟିଥିବା ବିସ୍ଫୋରଣରେ ଇରାନୀ କୁଡ୍‌ସ ଫୋର୍ସର ହାତ ଥିଲା, କିନ୍ତୁ ଏହି ବୋମା ଜଣେ ସ୍ଥାନୀୟ ଯୁବକ ପ୍ଲାଣ୍ଟ କରିଥିଲା। କେବଳ ଏତିକି ନୁହେଁ, ଜାଣିଶୁଣି ଏଭଳି କିଛି ପ୍ରମାଣ ଛଡ଼ାଯାଇଥିଲା, ଯେଉଁଥିରୁ ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ (ଆଇଏସଆଇଏସ) ହାତ ଥିବା ଜଣାପଡ଼ିବ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories