www.samajalive.in
Wednesday, December 10, 2025
18.1 C
Bhubaneswar

ଋଷି କୁମାର ଶୁକ୍ଳା ହେଲେ ସିବିଆଇ ନୂଆ ନିର୍ଦେଶକ

ନୂଆଦିଲ୍ଲୀ : ଋଷି କୁମାର ଶୁକ୍ଳାଙ୍କୁ ସିବିଆଇର ନୂଆ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଋଷି କୁମାର ହେଉଛନ୍ତି ୧୯୮୩ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ। ସେ ମଧ୍ୟପ୍ରଦେଶ ପୁଲିସ୍‍ ମହାନିର୍ଦେଶକ (ଡିଜିପି) ଭାବେ କାର୍ଯ୍ୟ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ୩ ଜଣିଆ ଚୟନ କମିଟିର ଦ୍ୱିତୀୟ ବୈଠକ ହୋଇଥିଲା। କୁହାଯାଉଥିଲା ଏହି ବୈଠକରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଯୁକ୍ତି ନେଇ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଶନିବାର କ୍ୟାବିନେଟ୍‍ ନିଯୁକ୍ତି କମିଟି ଶୁକ୍ଳାଙ୍କ ନାମକୁ ମଞ୍ଜୁରୀ ଦେଇଥିଲା। ଏହି କ୍ରମରେ ସିଧାସଳଖ ଭାବେ ଶୁକ୍ଳାଙ୍କୁ ସିବିଆଇର ନୂଆ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ୨ ବର୍ଷ ପାଇଁ ସିବିଆଇ ନିର୍ଦେଶକ ରହିବେ।
ଋଷି କୁମାର ଶୁକ୍ଳା ମୂଳତଃ ଗ୍ୱାଲିୟର ବାସିନ୍ଦା। ତାଙ୍କ ଚାକିରି ଜୀବନର ପ୍ରଥମ ପୋଷ୍ଟିଂ ରାୟପୁର ସିଏସ୍‍ପି ଭାବେ ହୋଇଥିଲା। ଏହାପରେ ସେ ଦମୋହ, ଶିବପୁରୀ ଏବଂ ମାନ୍ଦାସୋର ଏସ୍‍ପି ଭାବେ କାର୍ଯ୍ୟ କରିିଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ଗୁଇନ୍ଦା ବିଭାଗ ଏଡିଜି ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୧୬ ଜୁଲାଇରୁ ୨୦୧୯ ଜାନୁଆରୀ ପର୍ଯ୍ୟନ୍ତ ସେ ମଧ୍ୟପ୍ରଦେଶରେ ଡିଜିପି ଥିଲେ। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା ପରେ ତାଙ୍କୁ ରାଜ୍ୟ ପୁଲିସ୍‍ ହାଉସିଂ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା।
ସୂଚନା ଅନୁସାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩ ଜଣିଆ ଚୟନ କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଏହି ବୈଠକରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତଥିଲେ। ଏହି ପଦ ପାଇଁ କେନ୍ଦ୍ର ପକ୍ଷରୁ ଜାଭେଦ ଅହମଦ, ରଜନୀକାନ୍ତ ମିଶ୍ରା, ଏସ୍‍ଏସ୍‍ ଦେସୱାଲ, ଶିବାନନ୍ଦ ଝାଙ୍କ ନାମ ରଖାଯାଇଥିଲା। କିନ୍ତୁ କଂଗ୍ରେସ ନେତା ଖଡଗେ ପ୍ରତିବାଦ ଜଣାଇଥିଲେ। ବୈଠକ ବିନା ନିଷ୍ପତ୍ତିରେ ଶେଷ ହୋଇଥିଲା। ଏହା ପୂର୍ବରୁ ୨୪ ଜାନୁଆରୀରେ ଅନୁଷ୍ଠିତ ବୈଠକରେ ବି କୌଣସି ନିଷ୍ପତ୍ତି ହୋଇପାରିନଥିଲା।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories