‘ର’ ମୁଖ୍ୟ ହେବେ ରବି ସିହ୍ନା

ନୂଆଦିଲ୍ଲୀ : ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ର ନୂଆ ମୁଖ୍ୟ ଭାବେ ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ରବି ସିହ୍ନାକୁ ନିଯୁକ୍ତ କରାଯାଇଛି। ସେ ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ। କ୍ୟାବିନେଟର ନିଯୁକ୍ତି କମିଟି ସିହ୍ନାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନର ‘ର’ମୁଖ୍ୟ ସାମନ୍ତ ଗୋଲଲଙ୍କର କାର୍ଯ୍ୟକାଳ ଜୁନ ୩୦ରେ ସମାପ୍ତ ହେବା ପରେ ରବି ସିହ୍ନା କାର୍ଯ୍ୟଭାର ସମ୍ଭାଳିବେ। ଶ୍ରୀଯୁକ୍ତ ସିହ୍ନା ଏହି ପଦରେ ୨ ବର୍ଷ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

Comments are closed.