www.samajalive.in
Monday, December 8, 2025
14.1 C
Bhubaneswar

୨୦ ବର୍ଷରେ ୪୦ ଥର ଟ୍ରାନ୍ସଫର, ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି – ଡି. ରୂପା

ନୂଆଦିଲ୍ଲୀ : ଆଇପିଏସ୍ ଅଧିକାରୀ ଡି. ରୂପାଙ୍କୁ ତାଙ୍କର ୨୦ ବର୍ଷର କ୍ୟାରିଅର ମଧ୍ୟରେ ୪୦ ଥର ଟ୍ରାନ୍ସଫର ବା ସ୍ଥାନାନ୍ତର କରାଯାଇଛି । ନିକଟରେ ବାଙ୍ଗାଲୋର ସେଫ୍ ସିଟି ପ୍ରକଳ୍ପର ଟେଣ୍ଡରିଙ୍ଗ ପ୍ରକ୍ରିୟାରେ ଡି. ରୂପା ତାଙ୍କ ବରିଷ୍ଠ ଅଧିକାରୀ ହେମାଣ୍ଟ ନିମ୍ବଲକରଙ୍କ ନାମରେ ବହୁ କୋଟି ଟଙ୍କାର ଘୋଟାଲା ଅଭିଯୋଗ ଆଣିଥିଲେ। ଏହା ପରେ ଡି. ରୂପାଙ୍କୁ ହସ୍ତଶିଳ୍ପ ଏମ୍ପୋରିୟମକୁ ଟ୍ରାନ୍ସଫର କରାଯାଇଥିଲା।

ରୂପା ଅଭିଯୋଗ କରିଛନ୍ତି ଯେ, ନିମ୍ବଲକର ଟେଣ୍ଡରିଙ୍ଗ କମିଟିର ମୁଖ୍ୟ ହୋଇ ମଧ୍ୟ ନିୟମ ଉଲ୍ଲଂଘନ କରିଛନ୍ତି। ଅନ୍ୟପକ୍ଷରେ ନିମ୍ବଲକର ଅଭିଯୋଗ କରିଛନ୍ତି ଯେ, ବିନା କୌଣସି କର୍ତ୍ତୃପକ୍ଷରେ ଡି. ରୂପା ଏହି ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ରୂପା କହିଛନ୍ତି ଯେ ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବ ନିଜେ ତାଙ୍କୁ ଏହି ପ୍ରକ୍ରିୟାର ସାମିଲ କରିଛନ୍ତି।

- Advertisement -


ସୂଚନାଯୋଗ୍ୟ ଯେ, ରୂପା ରାଜ୍ୟର ଗୃହରେ ସଚିବ ଭାବରେ କାର୍ଯ୍ୟ କରୁଥିଲେ ଏବଂ ରାଜ୍ୟରେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଥିଲେ। ତାଙ୍କ ଟ୍ରାନ୍ସଫର ଅର୍ଡର ପରେ ଡି ରୁପା ଟ୍ୱିଟ୍ ମାଧ୍ୟମରେ କରି ଲେଖିଛନ୍ତି ଯେ, ଟ୍ରାନ୍ସଫର ହେବା ଏକ ସରକାରୀ କାର୍ଯ୍ୟର ଅଂଶ। ଡି. ରୂପା ଆହୁରି ଲେଖିଛନ୍ତି ଯେ, ମୋର କ୍ୟାରିୟର ତୁଳନାରେ ଦୁଇଗୁଣ ଟ୍ରାନ୍ସଫର ହୋଇ ସାରିଛି।

ରୁପା କହିଛନ୍ତି ମୋର ବ୍ୟକ୍ତିତ୍ୱ ଏପରି ଆଖି ସାମ୍ନାରେ କିଛି ଭୁଲ୍ ଘଟୁଥିଲେ ମୁଁ ଦେଖିପାରେ ନାହିଁ । ଅନେକ ଅଧିକାରୀ ଏପରି ଯେ, ସେମାନେ ଶାନ୍ତି ଚାହାଁନ୍ତି। ତେଣୁ ସେମାନେ କୌଣସି ପ୍ରସଙ୍ଗରେ ମୁଣ୍ଡ ପୁରାନ୍ତି ନାହିଁ କିନ୍ତୁ ମୋ କ୍ଷେତ୍ରରେ ତାହା ନୁହେଁ । ମୁଁ ବିଶ୍ୱାସ କରେ ଯେଉଁଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ।

ତିନି ବର୍ଷ ପୂର୍ବେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଭି.କେ ଶଶିକାଲା କର୍ଣ୍ଣାଟକ ଜେଲର ଅଧିକାରୀଙ୍କ ସହ ପକ୍ଷପାତିତା ବା ଅଧିମାନ୍ୟ ପାଇଁ ଚୁକ୍ତି କରିଛନ୍ତି। ଏହି ବିବାଦ ପରେ ଡି ରୂପାଙ୍କ ବିରୋଧରେ ୨୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରାଯାଇଥିଲା।

ପ୍ରକାଶ ଯେ, ଡି ରୂପା ୨୦୦୦ ଆଇପିଏସ୍ ବ୍ୟାଚ୍ ର ଜଣେ ଅଧିକାରୀ ଏବଂ ଦୁଇ ଥର (୨୦୧୬, ୨୦୧୭) ରାଷ୍ଟ୍ରପତିଙ୍କ ଠାରୁ ପୁଲିସ୍ ପଦକ ହାସଲ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories