www.samajalive.in
Saturday, December 6, 2025
26.1 C
Bhubaneswar

ଗୁଜୁରାଟ ଠାରୁ ୬ରନରେ ହାରିଲା ମୁମ୍ବଇ

ମୁମ୍ବଇ: ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଠାରୁ ୬ରନରେ ପରାଜୟ ହୋଇଛି ମୁମ୍ବଇ । ଅହମ୍ମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚକୁ ଜିତିବା ପାଇଁ ମୁମ୍ବଇ ହାତରେ ସୁଯୋଗ ରହିଥିଲା । କିନ୍ତୁ ପରେ ଦଳ ପରାଜିତ ହୋଇଥିଲା । ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୱିକେଟ ହରାଇ ୧୬୮ ରନ କରିଥିଲା । ଅଧିନାୟକ ଗିଲ୍‍ ୩୧ ରନ, ସାଇ ସୁଦର୍ଶନ ୪୫ ରନ୍‍ କରିଥିଲେ । ମୁମ୍ବଇ ପକ୍ଷରୁ ଯଶପ୍ରୀତ ବୁମରା ୧୪ରନରେ ୩ଟି ୱିକେଟ ନେଇଥିଲେ । ମୁମ୍ବଇ ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରି ୯ୱିକେଟରେ ୧୬୨ରନ କରିପାରିଥିଲା । ନୂତନ ଅଧିନାୟକ ହେବା ପରେ ହାର୍ଦ୍ଦିକଙ୍କ ଏହା ଥିଲା ପ୍ରଥମ ମ୍ୟାଚ । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ଅଧିନାୟକ ଥିଲେ ।
ସେହିପରି ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୨୦ରନରେ ହରାଇଥିଲା ରାଜସ୍ଥାନ ରୟାଲସ୍‍ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲସ ୪ୱିକେଟ ହରାଇ ୧୯୩ରନ କରିଥିଲା । ଅଧିନାୟକ ୱିକେଟ କିପର ସଞ୍ଜୁ ସାମସନ ୫୨ବଲରେ ୩ଟି ଚୌକା ଓ ୬ଟି ଛକା ସହ ୮୨, ରିୟାନ ପରାଗ ୪୩ରନ କରିଥିଲେ । ଜବାବରେ ଲକ୍ଷ୍ନୌ ୬ୱିକେଟରେ ୧୪୩ରନ ହିଁ କରିପାରିଥିଲା । ସଞ୍ଜୁ ସାମସନ ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories