ଡେସ୍କ: ଦୁବାଇର କୋକାକୋଲା ଆରେନାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ନିଲାମ ଚାଲିଛି। ବିଶ୍ୱକପ ତାରକା ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ଏହି ନିଲାମରେ ସବୁଠୁଁ ଆଗରେ ରହିଛନ୍ତି। ସେମାନେ ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଷ୍ଟାର୍କଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୪.୭୫ କୋଟି ଟଙ୍କା ଏବଂ କମିନ୍ସଙ୍କୁ ସନରାଇଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଛନ୍ତି।
ତେବେ ଏ ପର୍ଯ୍ୟନ୍ତ ଷ୍ଟିଭେନ୍ ସ୍ମିଥ୍ ଏବଂ ତବରେଜ ଶାମସିଙ୍କ ସମେତ କେତେକ ପ୍ରମୁଖ ଖେଳାଳି ନିଲାମ ଭିତରକୁ ଆସିନାହାନ୍ତି।ସମୁଦାୟ ୧୦ଟି ଫ୍ରାଞ୍ଚାଇଜ୍ ସାମୂହିକ ଭାବରେ ୨୬୨.୯୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ପର୍ଯ୍ୟନ୍ତ ସର୍ବାଧିକ ପରିମାଣ ସହ ଗୁଜୁରାଟ ଟାଇଟାନ୍ସ ୩୮.୧୫ କୋଟି ଟଙ୍କା ଥିବା ବେଳେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ସର୍ବନିମ୍ନ ୧୩.୧୫ କୋଟି ଟଙ୍କା ରହିଛି।
That's a GRAND return to the IPL for Mitchell Starc 😎
DO NOT MISS the record-breaking bid of the left-arm pacer who will feature for @KKRiders 💜💪#IPLAuction | #IPL pic.twitter.com/D1A2wr2Ql3
— IndianPremierLeague (@IPL) December 19, 2023
ପ୍ରତ୍ୟେକ ଦଳ ସର୍ବାଧିକ ଆଠ ଜଣ ଅର୍ଥାତ ୪ ଜଣ ଭାରତୀୟ ଓ ୪ ଜଣ ବିଦେଶୀ ଖେଳାଳି ଗ୍ରହଣ କରିବାର ନିୟମ ରହିଛି। ଏଥିରେ ଯେ କୌଣସି ଦଳ ପାଇଁ ସର୍ବାଧିକ ୨୫ ଖେଳାଳି ଓ ସର୍ବନିମ୍ନ ୧୮ ଜଣ ଖେଳାଳି ନେଇପାରିବେ। ଏହି ତାଲିକାରେ ୨୩ ଜଣ ଖେଳାଳି ଥିବାବେଳେ ସର୍ବାଧିକ ମୂଲ୍ୟର ବ୍ରାକେଟ୍ ହେଉଛି ୨ କୋଟି ଟଙ୍କା। ଏହି ବ୍ରାକେଟରେ ହର୍ଷଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁର ହେଉଛନ୍ତି ଭାରତୀୟ।



