www.samajalive.in
Saturday, December 6, 2025
26.1 C
Bhubaneswar

ଆଇପିଏଲ-୨୦୨୩ : ଆଜି ଜୟପୁରରେ ଗୁଜରାଟ ବନାମ ରାଜସ୍ଥାନ

ଜୟପୁର  : ଚଳିତ ଆଇପିଏଲର ୪୮ତମ ମ୍ୟାଚ ଶୁକ୍ରବାର ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ୧୦ମ ମ୍ୟାଚ ଖେଳିବେ। ଶେଷ ମ୍ୟାଚରେ ଉଭୟ ଦଳ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। ରାଜସ୍ଥାନ ରୟାଲ୍‌ସ ୯ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ୬ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହୋଇଥିଲା। ବ୍ୟାଟିଂରେ ଯଶସ୍ବୀ ଜସୱାଲ ୧୨୪ରନର ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସହାୟକ ଦେଇନଥିଲେ। ବ୍ୟାଟିଂରେ ଜସୱାଲ ଭଲ ଫର୍ମରେ ରହିଥିବା ବେଳେ ବଟ୍‌ଲର କିଛି ମ୍ୟାଚରେ ବିଫଳ ହେବା ଦଳକୁ ଚିନ୍ତାରେ ପକାଇଛି। ସଞ୍ଜୁ ସାମସନ, ସିମରନ ହେତମେୟାର, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ ମଧ୍ୟ ରନ କରୁଛନ୍ତି। ଜୁରେଲ ଓ ହେତମେୟାର ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ଶେଷ ମ୍ୟାଚରେ ଫେରିଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସନ୍ଦୀପ ଶର୍ମା ଭଲ ଫର୍ମରେ ରହିଥିବାବେଳେ ଯୁଜୁବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ ଓ ଆଡାମ ଜାମ୍ପା ରହିଛନ୍ତି। ଶେଷ ମ୍ୟାଚରେ ଦଳ ଜାମ୍ପାଙ୍କ ବଦଳରେ ବୋଲ୍ଟକୁ ଖେଳାଇଥିଲା। ଗୁଜରାଟ ବିପକ୍ଷରେ ଜାମ୍ପା ଖେଳିବା ନେଇ ଆଶା କରାଯାଉଛି। ଶେଷ ମ୍ୟାଚର ବୋଲିଂ ବିଫଳତାକୁ ଦଳ ପଛରେ ପକାଇ ଗୁଜରାଟ ବିପକ୍ଷରେ ଖେଳିବ।
ସେହିପରି ଗୁଜରାଟ ଟାଇଟାନ୍‌ସ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ବରଣ କରିଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ଭଲ ବୋଲିଂ କରିଥିଲେ ମଧ୍ୟ ବ୍ୟାଟିଂ ବିଫଳତା ଲାଗି ପରାଜୟ ଭୋଗିଥିଲା। ଲୋ ସ୍କୋରକୁ ପିଛା କରି ମଧ୍ୟ ଦଳ ପରାଜିତ ହୋଇଥିଲା। ଶୁବମାନ ଗିଲ୍‌, ଋଦ୍ଧିମାନ ସାହା, ବିଜୟ ଶଙ୍କର, ଡେଭିଡ୍‌ ମିଲରଙ୍କ ସହ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ ଭାର ସମ୍ଭାଳୁଥିବାବେଳେ ରାହୁଲ ତିୱାତିଆ ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ଦିଲ୍ଲୀ ବିପକ୍ଷରେ ତିୱାତିଆ ମ୍ୟାଚକୁ ବିଜୟ ନିକଟତର କରାଇଥିଲେ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବୋଲିଂରେ ମହମ୍ମଦ ସାମି ଚମତ୍କାର ଫର୍ମରେ ରହିଛନ୍ତି। ସାମି ଦିଲ୍ଲୀ ବିପକ୍ଷରେ ଶେଷ ମ୍ୟାଚରେ ୪ ଓଭରରେ ୧୧ରନ ଦେଇ ୪ଟି ୱିକେଟ ନେଇଥିଲେ। ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ହାର୍ଦିକ, ମୋହିତ ଶର୍ମା , ଜୋସ ଲିଟ୍‌ଲେ, ରସିଦ ଖାନ, ନୂର ଅହମ୍ମଦ ରହିଛନ୍ତି। ରସିଦ ସ୍ପିନ ଦାୟିତ୍ବ ସମ୍ଭାଳୁଛନ୍ତି। ପ୍ରଥମ ଚରଣ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ୩ ୱିକେଟରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରିଥିଲା। ଗୁଜରାଟ ୧୭୭ରନ କରିଥିବାବେଳେ ରାଜସ୍ଥାନ ସିମରନ ହେତମେୟାର ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ ହରାଇ ୧୭୯ରନ କରି ବିଜୟୀ ହୋଇଥିଲା। ଗୁଜରାଟ ପ୍ରତିଶୋଧ ନେବାର ଲକ୍ଷ୍ୟ ରଖିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories