www.samajalive.in
Sunday, December 14, 2025
26.1 C
Bhubaneswar

ଗ୍ୟାଙ୍ଗଷ୍ଟର୍‌କୁ ଗୁଳି କରି ହତ୍ୟା

ଲକ୍ଷ୍ମୌ – ଉତ୍ତରପ୍ରଦେଶରେ ଗ୍ୟାଙ୍ଗ୍‌ଷ୍ଟରକୁ ଗୁଳିକରି ହତ୍ୟା । ଅଦାଲତ ପରିସରରେ ଆଇନଜୀବୀ ବେଶରେ ଆସି ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି କରିହତ୍ୟା କରାଯାଇଛି । ଲକ୍ଷ୍ମୌର କେଶରୀବାଗ ଅଦାଲତଲେ ସଞ୍ଜୀବକୁ ଗିରଫ କରାଯାଇଛି । ଏକ ମାମଲାରେ ସଞ୍ଜୀବ ଆଜୀବନ ସଜ୍ଜା କାଟୁଥିଲା । ଅନ୍ୟ ଏକମାମଲାରେ ତାକୁ ଅଦାଲତରେ ହାଜରକରିବା ପାଇଁ ଅଣାଯାଇଥିଲା । ବିଜେପି ନେତା ବ୍ରହ୍ମା ଦତ୍ତ ତ୍ରିବେଦୀଙ୍କ ହତ୍ୟାମାମଲାରେ ସେ ଅଭିଯୁକ୍ତ ଥିଲା । ସଞ୍ଜୀବକୁ ହତ୍ୟା କରିଥିବା ଯୁବକର ଚିହ୍ନଟ ହୋଇସାରିଛି ।

ସଞ୍ଜୀବ ଜିଭା ମୁଜାଫର ନଗରର କୁଖ୍ୟାତ ଅପରାଧୀ ଥିଲା । ସେ ପ୍ରଥମେ ଏକ ଔଷଧ ଦୋକାନରେ କମ୍ପାଉଣ୍ଡର ଥିଲା । ସେହି ସମୟରେ ସେହି ଦୋକାନ ମାଲିକକୁ ଅପରହଣ କରିଥିଲା । ପରେ କଲିକତାର ଜଣେ ବେପାରୀଙ୍କ ପୁଅକୁ ଅପହରଣ କରି ଦୁଇ କୋଟି ଟଙ୍କା ନେଇଥିଲା । ପରେ କୃଷ୍ଣାନନ୍ଦ ରାୟ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା । ମାତ୍ର ତାକୁ ଜାମିନ ମିଳିଯାଇଥିଲା । ବିଭିନ୍ନ ସମୟରେ ଜେଲ୍‌ରେ ରହି ସେ ତା ଗ୍ୟାଙ୍ଗ ସହାୟତାରେ ଅପରାଧ କରୁଥିଲା ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories