www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଆନ୍ତର୍ଜାତିକ ଯୁବ ଦିବସ

ଡେସ୍କ: ଆଜି ଆନ୍ତର୍ଜାତିକ ଯୁବ ଦିବସ ପାଳନ କରାଯାଉଛି। ସମାଜର ବିକାଶରେ ଯୁବାମାନଙ୍କର ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱର ବିଭିନ୍ନ ଭାଗରେ ଯୁବାମାନେ ସମ୍ମୁଖୀନ ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ମଧ୍ୟ ଏହି ଦିବସ ପାଳନ କରାଯାଉଛି।

ଯୁବାମାନେ କେବଳ ଭବିଷ୍ୟତ ନୁହଁନ୍ତି, ସେମାନେ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ଜାତିସଂଘର ବିଭିନ୍ନ ସଂଗଠନ ଅନୁସାରେ ୨୦୨୨ ଆନ୍ତର୍ଜାତିକ ଯୁବ ଦିବସର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଓ ବିକାଶରୁ ଯେପରି କେହି ବାଦ ନ ପଡ଼ନ୍ତି, ତାହା ନିଶ୍ଚିତ କରିବା ପାଇଁ ବାର୍ତ୍ତା ଦେବା। ଚଳିତ ବର୍ଷର ଆନ୍ତର୍ଜାତିକ ଯୁବ ଦିବସ ବାର୍ତ୍ତା ରହିଛି ‘ଇଣ୍ଟର ଜେନେରେସନାଲ୍‍ ସଲିଡାରିଟି : କ୍ରିଏଟିଙ୍ଗ୍‍ ଏ ୱର୍ଲଡ ଫର୍‍ ଅଲ୍‍ ଏଜେସ୍‍’।

- Advertisement -

୨୦୨୨ ଆନ୍ତର୍ଜାତିକ ଯୁବ ଦିବସର ମୁଖ୍ୟ ପ୍ରସଙ୍ଗ ବୟସ ଭିତ୍ତିକ ପକ୍ଷପାତର ଦୂରୀକରଣ ରହିଛି। ଜାତିସଂଘ ସାଧାରଣ ପରିଷଦ ୧୯୬୫ ମସିହାରୁ ଯୁବାମାନଙ୍କୁ ଶିକ୍ଷିତ କରିବା ଓ ଅନୁପ୍ରାଣିତ କରିବା ଲାଗି ସକ୍ରିୟତାର ସହ କାର୍ଯ୍ୟ କରିଆସୁଛି। ଶାନ୍ତିର ବିକାଶ, ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ ଓ ବିଭିନ୍ନ ସଂସ୍କୃତିକୁ ସ୍ୱୀକୃତି ପ୍ରଦାନର ବାର୍ତ୍ତାକୁ ପ୍ରସାର କରିବା ଲାଗି ପ୍ରୟାସ ଜାରି ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories