ଆନ୍ତର୍ଜାତିକ ମହିଳା ଦିବସରେ ସମ୍ମାନିତ ହେଲେ ୨୪ ଜଣ ମହିଳା

ରେଙ୍ଗାଲିକେମ୍ପ: ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ବ୍ଳକ ଅନ୍ତର୍ଗତ ସରଣ୍ଡା ଶିବ ମନ୍ଦିର ଠାରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହିରାରାମ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଶିନୀ କ୍ଲବର ଜିଲା ସଭାପତି ରେଖା ଅଗ୍ରୱାଲ, ଝିଲ ମିଣ୍ଡା, ଜଗନ୍ନାଥ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଧର୍ମରାଜ ପ୍ରଧାନ, ସମାଜସେବୀ ମାମୀ ମିଶ୍ର, କଲାମାଟିର ସରପଞ୍ଚ ସୁଷମା ସାହୁ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ସୁରକ୍ଷା ଓ ବିଭିନ୍ନ ଆଇନ ସହ ସମାଜ କଲ୍ୟାଣ ବିଷୟରେ ଆଲୋଚନା କରିଥିଲେ।

 

ଜନ କଲ୍ୟାଣ ସେବା ଟ୍ରଷ୍ଟର ସୂଚନା ଲୋକସମ୍ପର୍କ ଅଧିକାରୀ ଅଜିତ କୁମାର ନାଥଙ୍କ ସଂଯୋଜନାରେ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେରେ ସମାଜ ସେବା କ୍ଷେତ୍ରରେ୨୪ ଜଣ ମହିଳା ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା। କାଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ନାରାୟଣ ସେବା ପାତ୍ର ଉନ୍ମୋଚନ କରାଯାଇଥିଲା। ଏହି ପାତ୍ର ଅସହାୟ ଗରିବ ଲୋକଙ୍କ ପାଇଁ ପାଣ୍ଠି ଭାବେ କାଯ୍ୟ କରିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ସୂଚନା ଦେଇଥିଲେ। ଶେଷରେ ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.