www.samajalive.in
Monday, December 8, 2025
14.1 C
Bhubaneswar

ଆଇଆଇଏମଟିରେ ଆନ୍ତର୍ଜାତୀୟ ସମ୍ମିଳନୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗୁରୁତ୍ୱ ଓ ମାନବ ସମାଜ ପ୍ରତି ଏହାର ଆଭିମୁଖ୍ୟ ଉପରେ ଆଲୋଚନା

ଭୁବନେଶ୍ୱର:କଣ୍ଟାବାଡ ସ୍ଥିତ ଇଣ୍ଟର ସାଇନ୍ସ ଇନଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି)ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ଫାଇନାନ୍‌ସିଆଲ ଇନୋଭେସନ୍ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ରେଜିଷ୍ଟାର ସୋମା ମିତ୍ର ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ ନୂତନ ଶିକ୍ଷା ନୀତି-୨୦୨୦ରେ ଶିକ୍ଷାର ବିକାଶଧାରା ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ରୋମାନିଆ ଆରେଲ୍ ଭ୍ଲାଇକୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଲେଣ୍ଟିନା ଇ. ବାଲାସ ଯୋଗଦେଇ ଛାତ୍ର ଜୀବନର ବିକାଶ ମୂଳକ ପନ୍ଥା ଅନୁସରଣ କରିବା ନିମନ୍ତେ ପରାମର୍ଶ ଦେବା ସହିତ ଏଆଇ’ର ବିକାଶ ଓ ପୋଷଣତତ୍ତ୍ୱ ବିଷୟରେ ମତାମତ ପ୍ରଦାନ କରିଥିଲେ । ଆଇଆଇଏମଟିର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ପୃଷ୍ଟି ପ୍ରାରମ୍ଭିକ ଅଭିଭାଷଣ ଦେବାପରେ ଅନୁଷ୍ଠାନର ପ୍ରତିଷ୍ଠାତା ଚେୟାରମ୍ୟାନ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗୁରୁତ୍ୱ ଓ ମାନବ ସମାଜ ପ୍ରତି ଏହାର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସମ୍ମିଳନୀର ସମ୍ପାଦକ ପ୍ରଫେସର ଆଲୋକ ଅରୁଣ ସୂଚାରୁରୂପେ ପରିଚାଳନା କରିଥିଲା ବେଳେ ଡିନ୍‌(ଗବେଷଣା) ଡ. ହିମାଂଶୁ ଶେଖର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବହୁ ସନ୍ଦର୍ଭ ଉପସ୍ଥାପନା କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories