www.samajalive.in
Monday, December 8, 2025
27.1 C
Bhubaneswar

ଫଳାଫଳର ଦିନକ ପୂର୍ବରୁ କେଜ୍ରିଓ୍ବାଲଙ୍କ ଘରେ ଏସିବି

ସମାଜ ଡିଜିଟାଲ ଡେସ୍କ: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ଏହାର ଦିନକ ପୂର୍ବରୁ ଆମ ଆଦମୀ ପାର୍ଟି(ଆପ) ସୁପ୍ରିମୋ ତଥା ଏହାର ଜାତୀୟ ଆବାହକ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ପ୍ରବେଶ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)। ଆପ ବିଧାୟକମାନଙ୍କୁ ବିଜେପି କିଣିବା ଲାଗି ୧୫ରୁ ୧୬ କୋଟି ଟଙ୍କା ଲେଖାଏ ଯାଚୁଥିବା କେଜ୍ରିଓ୍ବାଲ ଅଭିଯୋଗ କରିବା ପରେ ଏସିବି ଟିମ ତାଙ୍କୁ ଘରେ ପହଞ୍ଚିଥିଲା। ତେବେ ଏହା ବିଜେପିର ଏକ ଷଡ଼ଯନ୍ତ୍ର ବୋଲି ଆପ୍‌ ଅଭିଯୋଗ କରିଛି।

ସୂଚନା ଅନୁସାରେ, ବିଜେପି ପକ୍ଷରୁ ଆପ ବିଧାୟକମାନଙ୍କୁ ଦଳ ବଦଳ କରିବା ଲାଗି ଟଙ୍କା ଏବଂ ମନ୍ତ୍ରୀ ପଦ ଯଚାଯାଉଥିବା କେଜ୍ରିଓ୍ବାଲ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏ ସମ୍ପର୍କରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକସେନାଙ୍କ ନିକଟରେ ଫେରାଦ ହୋଇଥିଲା। ଏହା ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ଜରୁରୀ ବୋଲି ବିଜେପି ପକ୍ଷରୁ ଉପରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିଲା। ଏହା ପରେ ଉପରାଜ୍ୟପାଳଙ୍କ ନିର୍ଦେଶକ୍ରମେ ଏସିବି ଟିମ୍‌ ଅଭିଯୋଗର ତଦନ୍ତ ପାଇଁ କେଜ୍ରିଓ୍ବାଲଙ୍କ ଘରେ ପହଞ୍ଚିଥିଲା। ତେବେ ଅପରାହ୍ନରେ ତଦନ୍ତକାରୀ ଅଧିକାରୀମାନେ କେଜ୍ରିଓ୍ବାଲଙ୍କ ଘରୁ ଫେରିଆସିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories