www.samajalive.in
Monday, December 8, 2025
24.1 C
Bhubaneswar

ଆନ୍ତଃରାଜ୍ୟ ଯାତାୟାତ ପାଇଁ ସରକାରଙ୍କ ନିୟମ

ଭୁବନେଶ୍ୱର : ଜଣେ ବ୍ୟକ୍ତି କେବଳ ମେଡିକାଲ କିମ୍ବା ଜରୁରୀ ପରିସ୍ଥିତିରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରି​‌େ​‌ବ। ତେବେ ଆନ୍ତଃରାଜ୍ୟ ଗମନାଗମନ କରିବାକୁ ହେଲେ ସେଥିପାଇଁ କ’ଣ ସବୁ ସରକାରଙ୍କ ନୀତିନିୟମ ପାଳନ କରିବାକୁ ହେବ ସେନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଯେଉଁମାନେ ରାଜ୍ୟ ବାହାରକୁ ଯିବାକୁ ଚାହିଁବେ ସେମାନେ ସ୍ଥାନୀୟ ତହସିଲଦାର କିମ୍ବା ଉପଜିଲାପାଳଙ୍କୁ ଆବଶ୍ୟକ କାଗଜପତ୍ର ଦେଖାଇ ଅନୁମତି ନେବାକୁ ପଡିବ। ଯଦି ମହାନଗର କିମ୍ବା ପୌରାଞ୍ଚଳର ବାସିନ୍ଦା ହୋଇଥିବେ ତେବେ ତାଙ୍କୁ ସଂପୃକ୍ତ ପୌର ଅଧିକାରୀ କିମ୍ବା ମହାନଗର କମିଶନର ଅଥବା ଡିସିପିଙ୍କୁ ଦେଖାଇ ଅନୁମତି ନେବା ଆବଶ୍ୟକ। ଏହାପରେ ସଂପୃକ୍ତ ବ୍ୟକ୍ତି ଉକ୍ତ ଜିଲାର ଜିଲାପାଳଙ୍କୁ ଆବେଦନ କରିବେ। ଆବେଦନ ବେଳେ ସ୍ବତନ୍ତ୍ର ଫର୍ମରେ ନିଜର ସମ୍ପୂର୍ଣ୍ଣ ବିବରଣୀ ଦେବା ସହିତ କେଉଁ ଗାଡିରେ କେତେ ତାରିଖରେ କେଉଁସ୍ଥାନକୁ ଯିବେ ତାହା ଦର୍ଶାଇବେ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପାସ୍ ମିଳିପାରିବ। ଯଦି ଜଣେ ବ୍ୟକ୍ତି ରାଜ୍ୟ ବାହାରେ ଅଛନ୍ତି ତେବେ ରାଜ୍ୟ ସରକାରଙ୍କ ପୋର୍ଟାଲ ‘ଏଚଟିଟିପି://କୋଭିଡ଼ ୧୯.ଓଡ଼ିଶା. ଗଭ.ଇନ୍’ ଜରିଆରେ ଆବେଦନ କରିବାକୁ ପଡିବ ଏବଂ ସରକାରଙ୍କ ନୀତି ମାନିବାକୁ ପଡିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories