www.samajalive.in
Monday, December 8, 2025
13.1 C
Bhubaneswar

ଆଇନକ୍ସର ବଡ଼ ଘୋଷଣା: ଅଲିମ୍ପିକ୍ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ାବିତମାନେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି ଏବଂ ଦେଶ ପାଇଁ ପଦକ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହାସହ ସମସ୍ତ ଦେଶବାସୀ ପଦକ ଜିତିବା ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରୁଛନ୍ତି। ନିକଟରେ ମୀରବାଈ ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଦିବସରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କ ପାଇଁ ଡୋମିନୋସ୍‌ ଆଜୀବନ ମାଗଣା ପିଜ୍ଜା ଘୋଷଣା କରିଥିଲା। ବର୍ତ୍ତମାନ ଆଇନକ୍ସ ସିନେମା ମଧ୍ୟ ଭାରତୀୟ ଦଳ ପାଇଁ ଏକ ବଡ଼ ଘୋଷଣା କରିଛି। ସମସ୍ତ ପଦକ ବିଜେତାଙ୍କୁ ଆଇନକ୍ସ ଆଜୀବନ ମାଗଣା ଚଳଚ୍ଚିତ୍ର ଟିକେଟ୍ ଯୋଗାଇବ। ଏହାସହିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଏକ ବର୍ଷ ମାଗଣା ଚଳଚ୍ଚିତ୍ର ଦେଖାଇବ ଆଇନକ୍ସ। ଏନେଇ ଆଇନକ୍ସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

- Advertisement -

ଅପରପକ୍ଷରେ ପ୍ରତିଶୃତି ଅନୁଯାୟୀ, ମୀରାମାଈ ଚାନୁ ଘରେ ପହଞ୍ଚିବା ମାତ୍ରେ ଡୋମିନୋସ୍‌ ପକ୍ଷରୁ ତାଙ୍କୁ ପାଖରେ ପିଜ୍ଜା ଆସି ପହଞ୍ଚି ଯାଇଥିଲା। ଏହା ଦେଖି ଚାନୁ ଖୁବ୍‌ ଖୁସି ହେବା ସହ ତାଙ୍କ ଇଚ୍ଛା ପୂରଣ କରିଥିବାରୁ ଡୋମିନୋସକୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିସହ ପିଜ୍ଜା ଧରିଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories