www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ ସହ ପୁଣି ବାଣିଜ୍ୟିକ ସମ୍ପର୍କ ଯୋଡ଼ିବ ପାକିସ୍ତାନ : ଆମଦାନୀ କରିବ କପା ଓ ଚିନି

ନୂଆଦିଲ୍ଲୀ : ପାକିସ୍ତାନ ସରକାର ବୁଧବାର ଭାରତ ସହିତ ବାଣିଜ୍ୟିକ କାରବାର ପୁନଃସଂସ୍ଥାନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଇମ୍ରାନ୍‌ ଖାଁଙ୍କ କ୍ୟାବିନେଟ ଏ ସମ୍ପର୍କରେ ନିଷ୍ପତ୍ତି ନେବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। ଭାରତରୁ ଚିନି ଓ କପା ଆମଦାନୀ କରିବା ଲାଗି ପାକିସ୍ତାନ ସରକାର ଏହାର ଘରୋଇ ସେକ୍ଟରଗୁଡିକୁ ଅନୁମତି ଦେଇଛନ୍ତି। ଏହାଦ୍ବାରା ଭାରତ ସହିତ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ପୁନର୍ବାର ଆରମ୍ଭ ଲାଗି ପାକିସ୍ତାନ ସରକାର ସୂଚନା ଦେଇଛନ୍ତି।
୨୦୧୯ ଅଗଷ୍ଟରେ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ଇମ୍ରାନ ସରକାର ଏହାକୁ ବନ୍ଦ ରଖିଥିଲେ। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆସନ୍ତା ଜୁନ ପର୍ଯ୍ୟନ୍ତ ଭାରତରୁ ଇମ୍ରାନ ସରକାର କପା ଓ ଚିନି ଆମଦାନୀ କରିବେ।ସୂଚନାଯୋଗ୍ୟ ଯେ ପାକିସ୍ତାନ ଭାରତ ସହ ବାଣିଜ୍ୟ କାରବାର ବନ୍ଦ କରିବା ପରେ ଭାରତ ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାର ବସ୍ତୁ ଉପରେ ୨୦୦ ପ୍ରତିଶତ ଡ୍ୟୁଟି ଲଗାଇଥିଲା। ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ହୋଇଯାଇଥିଲା। ବାଣିଜ୍ୟିକ ସମ୍ପର୍କ ଯୋଡ଼ିବା ମାଧ୍ୟମରେ ଭାରତ ସହିତ ପାକିସ୍ତାନ ସମ୍ପର୍କରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ଆଭାସ ମିଳୁଛି।
ଫେବୃଆରୀରେ ହଠାତ୍‌ ଦୁଇ ଦେଶ ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ସମ୍ପର୍କ‌େର ଜମାଟ ବାନ୍ଧିଥିବା ବରଫ ତରଳିବା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।
ଇମ୍ରାନ କରୋନା ସଂକ୍ରମିତ ହେବା ପରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଚିଠି ଲେଖିଥିଲେ; ଯାହାର ଉତ୍ତର ମଙ୍ଗଳବାର ଇମ୍ରାନ ଦେଇଛନ୍ତି। ଏଥିରେ ସେ ସମ୍ପର୍କ ସୁଧାରିବାକୁ ମତ ରଖିଛନ୍ତି। ଏହାର ୨୪ଘଣ୍ଟା ନ ପୂରୁଣୁ ବାଣିଜ୍ୟିକ ନିଷ୍ପତ୍ତି ତାତ୍ପର୍ଯ୍ୟପୂର୍ଣ୍ଣ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories