www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ୟୟ ମଞ୍ଜୁରୀ ବିଲ୍ ପାରିତ : ସରକାରଙ୍କ ମୁଣ୍ଡରେ ଦୋଷ ଲଦିଲେ ବିରୋଧୀ

ଭୁବେନଶ୍ବର : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ସରକାରଙ୍କ ଦୁର୍ନୀତି ଧରିବାକୁ ଯିଏ ଉଦ୍ୟମ କଲା, ଏଠି ତା’ ମୁଣ୍ଡ ଗଡ଼ିଲା। ନୟାଗଡର ପରୀ ହତ୍ୟାକାଣ୍ଡଠାରୁ ମାହାଙ୍ଗା ଓ ଯାଜପୁର ପର୍ଯ୍ୟନ୍ତ ସବୁଆଡେ ସରକାର ହିଂସାରାଜ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ଅହିଂସାର କଥା କହୁଥିବାବେଳେ ବିଜେଡ଼ି ସଭ୍ୟମାନେ ହିଂସାରାଜ ଚଳାଇଛନ୍ତି। ଖାଲି ସେତିକି ନୁହେଁ ଧାନକିଣାରେ ଆଖିବୁଜା ଦୁର୍ନୀତି ହୋଇଛି। ପ୍ରକୃତ ଚାଷୀଙ୍କଠାରୁ ଧାନ ଉଠାଇବାକୁ କହି ସରକାର କିଣୁ ନଥିବାବେଳେ ଜାଲ୍ ଚାଷୀଙ୍କୁ ଧରୁ ନାହାନ୍ତି। ଅନ୍ୟପକ୍ଷରେ ଦଳୀୟ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କରାଯାଉଛି। ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ କଥା କହୁଥିଲେ ହେଁ ଏପର୍ଯ୍ୟନ୍ତ ମହିଳା ପୁଲିସ ବାଟାଲିୟନଟିଏ ହୋଇପାରିଲା ନାହିଁ। ଭୁବନେଶ୍ବରରେ ହଜାର ହଜାର କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଶାଗମାଛ ଦରରେ ବିକ୍ରି ହେଉଛି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ବୋଲି କହି ବିରୋଧୀ ବିଜେପି ଓ କଂଗ୍ରେସ ଆଜି ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ବେଳେ ସରକାରଙ୍କ ମୁଣ୍ଡରେ ସବୁ ଦୋଷ ଲଦିଛନ୍ତି। ଅନ୍ୟପକ୍ଷରେ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରିବା ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହର ସବୁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବଜେଟରେ ପ୍ରତିଫଳିତ ହୋଇଛି।
ଅପରାହ୍ନରେ ବିଲ୍ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ମାହାଙ୍ଗାରେ ଡବଲ ମର୍ଡର ହେଉ କିମ୍ବା ଯାଜପୁରରେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ପର୍ଯ୍ୟନ୍ତ ସବୁଥରେ ଶାସକଦଳ ସଭ୍ୟଙ୍କ ସଂପୃକ୍ତି ରହିଛି। ଏ ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ। ଧାନକିଣା ପାଇଁ କେନ୍ଦ୍ର ଦେଉଥିବା ରିଆତି ଅର୍ଥ ବାଟମାରଣା ହେଉଛି। ରାଜ୍ୟରେ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହେଲେଣି। ଜନସଂଖ୍ୟା ଅନୁପାତରେ ପୁଲିସ୍ କର୍ମଚାରୀ ନାହାନ୍ତି। ଦୁର୍ନୀତିରେ ଉବୁଟୁବୁ ଏ ସରକାରର ବ୍ୟୟମଞ୍ଜୁରୀ ବିଲକୁ କୌଣସି ପ୍ରକାରେ ସମର୍ଥନ ଦେଇପାରିବିନି ବୋଲି ସେ କହିଥିଲେ। ସେହିପରି ସଭ୍ୟ ବିଷ୍ଣୁ ଚରଣ ସେଠୀ ଓ ନିତ୍ୟାନନ୍ଦ ଗଣ୍ଡ ଡଙ୍କାରୀ ପାହାଡ ଲୁଟ୍ ପ୍ରସଙ୍ଗ ଓ ଡାକ ପାର୍ଶଲରେ ଷଣ୍ଢ ଚାଲାଣ ପ୍ରସଙ୍ଗ ଉଠାଇ ବ୍ୟୟ ମଞ୍ଜୁରୀକୁ ବିରୋଧ କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories