www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗୁରୁଡିଝାଟିଆ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମଜବୁତ୍ ଚିନ୍ତାଧାରାର ପ୍ରତୀକ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଆଜି ମଞ୍ଚେଶ୍ୱର ପଞ୍ଚାୟତର ନାରଙ୍ଗବସ୍ତ ଠାରେ ପାଳିତ ହୋଇଛି । ଧବଳେଶ୍ୱର ସେବା ସଂସ୍ଥାର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା କିରଣ ବିହାରୀ ଖଟୁଆ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଭାରତକୁ ଆନ୍ତର୍ଜାତିକ କ୍ଷେତ୍ରରେ ସମ୍ମାନ ଓ ଗୌରବ ତଥା ଶକ୍ତି ପ୍ରଦର୍ଶନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଆସନରେ ବସାଇଥିଲେ ସ୍ୱର୍ଗତା ଇନ୍ଦିରାଗାନ୍ଧୀ। ନିଜର ଦୃଢ ନିଷ୍ପତି, କାର୍ଯ୍ୟ କରିବାର ଇଚ୍ଛାଶକ୍ତି ସର୍ବୋପରି ନୀତି ନିର୍ଦ୍ଧାରଣରେ ଯେଭଳି ଭୂମିକା ଗ୍ରହଣ କରୁଥିଲେ ତାହା ଉଦାହରଣୀୟ ଥିଲା। ଭାରତବର୍ଷର ପ୍ରଗତିରେ ସ୍ୱର୍ଗତା ଗାନ୍ଧୀଙ୍କ ଭୂମିକା ସ୍ମରଣୀୟ ବୋଲି କଖଡିର ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ଶିକ୍ଷକ ନେତା ରାଜକିଶୋର ଖଟୁଆ ମତପ୍ରକାଶ କରିବା ସହିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଶ୍ରାଦ୍ଧସଭାରେ ପ୍ରମୋଦ କୁମାର ସାହୁ, ରାମଚନ୍ଦ୍ର ପତ୍ରୀ ସହିତ ବହୁ ଆଗଧାଡିର ବ୍ୟକ୍ତିତ୍ୱ ଯୋଗଦେଇଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories