www.samajalive.in
Saturday, December 6, 2025
26.1 C
Bhubaneswar

୮ବର୍ଷରେ ଚୀନକୁ ଅତିକ୍ରମ କରିବ ଭାରତର ଜନସଂଖ୍ୟା: ଜାତିସଂଘ

ନୂଆଦିଲ୍ଲୀ: ଚୀନ ବର୍ତ୍ତମାନ ଦୁନିଆରେ ସବୁଠାରୁ ଅଧିକ ଜନସଂଖ୍ୟା ବହୁଳ ରାଷ୍ଟ୍ର। ଏହା ପଛକୁ ଦ୍ବିତୀୟ ସ୍ଥାନ​‌ରେ ରହିଛି ଭାରତ। ଜନସଂଖ୍ୟା ହ୍ରାସ କରିବା ଦିଗରେ ଚୀନ ବହୁ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛି। କିନ୍ତୁ ଭାରତରେ ଏ ଦିଗରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ। ନିକଟରେ ଜାତିସଂଘ ପକ୍ଷରୁ ଜନସଂଖ୍ୟା ବୃଦ୍ଧିକୁ ନେଇ ଏକ ରିପୋର୍ଟ ଜାରି କରାଯାଇଛି, ଯେଉଁଥିରେ ଭାରତ ପାଇଁ ସତର୍କ ଘଣ୍ଟି ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୫୦ ବେଳକୁ ବିଶ୍ଵର ଜନସଂଖ୍ୟା ୯୭୦ କୋଟି ହେବାର ସମ୍ଭାବନା ରହିଛି। ମାତ୍ର ୨୦୨୭ ସୁଦ୍ଧା ଅର୍ଥାତ ଆଗାମୀ ୮ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ଚୀନକୁ ଅତିକ୍ରମ କରିବ ଏବଂ ବିଶ୍ଵର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବ ବୋଲି ଅନୁମାନ କରଯାଉଥିବା ରିପୋର୍ଟରେ ଦର୍ଶାଯାଇଛି। ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ଜନସଂଖ୍ୟା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ୱାର୍ଲ୍ଡ ପପୁଲେଶନ ପ୍ରୋସ୍ପେକ୍ଟ ୨୦୧୯ ହାଇଲାଇଟ୍ସରେ ଏହା ଦର୍ଶାଯାଇଛି। ରିପୋର୍ଟ ଅନୁସାରେ, ୨୦୫୦ ସୁଦ୍ଧା ଜନସଂଖ୍ୟା ୨ ଅରବ(୨ଶହ କୋଟି) ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶ୍ଵ ଜନସଂଖ୍ୟାରେ ଯେଉଁ ବୃଦ୍ଧି ହେବ ସେଥିରୁ ଅଧାରୁ ଅଧିକ ବୃଦ୍ଧି ଭାରତ, ନାଇଜେରିଆ, ପାକିସ୍ତାନ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡେନେସିଆ ଏବଂ ଆମେରିକାର ହେବ।

ଅନ୍ୟପଟେ ଯେତେବେଳେ ବିଭିନ୍ନ ଦେଶରେ ଜନସଂଖ୍ୟା ଲଗାତାର ବୃଦ୍ଧି ପାଇ ଚାଲିଛି, ସେତେବେଳେ ଚୀନ ଭଳି କେତେକ ରାଷ୍ଟ୍ର ଏଥିରେ ହ୍ରାସ ଆଣିବା ଦିଗରେ ଦୃଢ଼ ପଦକ୍ଷେପ ନେଉଛନ୍ତି। ରିପୋର୍ଟ ଅନୁସାରେ, ୨୦୧୦ ପରେ ୨୭ଟି ଦେଶର ଜନସଂଖ୍ୟା ୧ ଏବଂ ୧.୫% କମିଛି। ୨୦୧୯ରୁ ୨୦୫୦ ମଧ୍ୟରେ ୫୫ ଦେଶରେ ଜନସଂଖ୍ୟା ୧% କିମ୍ବା ଏହାଠାରୁ ଅଧିକ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଉଦାହରଣ ସ୍ବରୂପ, ଚୀନରେ ଏହି ସମୟ ମଧ୍ୟରେ ୩ କୋଟି ୧୪ ଲକ୍ଷ ଅର୍ଥାତ ୨.୨% ହ୍ରାସ ପାଇପାରେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories