www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍ରାଏଲ୍‌-ହମାସ ଯୁଦ୍ଧ ମଧ୍ୟରେ ଗାଜାରୁ ସୁରକ୍ଷିତ ଉଦ୍ଧାର ହେଲେ ଭାରତୀୟ ମହିଳା

ଜେରୁଜେଲମ୍‌: ଇସ୍ରାଏଲ୍‌ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜାରେ ଫଶି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କାଶ୍ମୀରର ଏହି ମହିଳା ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ମହିଳାଙ୍କ ସ୍ୱାମୀଙ୍କ କହିବାନୁଯାୟୀ, ଗାଜାରେ ଭାରତୀୟ ମିଶନ ସାହାଯ୍ୟରେ ତାଙ୍କ ପତ୍ନୀ ସୁରକ୍ଷିତ ଭାବେ ଇଜିପ୍ଟରେ ପହଞ୍ଚିଛନ୍ତି। ସୋମବାର ସନ୍ଧ୍ୟାରେ ଲୁବନା ନଜିର ଶାବୁ ଏବଂ ତାଙ୍କ ଝିଅ କରିମା ଇଜିପ୍ଟ ଏବଂ ଗାଜା ମଧ୍ୟରେ ଥିବା ରାଫା ସୀମା ପାର ହୋଇ ଯାଇଥିଲେ।

ଲୁବନାଙ୍କ ସ୍ବାମୀ ନେଦାଲ ଟୋମନ ସୂଚନା ଦେଇଥିଲେ ଯେ, ସେମାନେ ଅଲ-ଅରିଶ(ଇଜିପ୍ଟର ଏକ ସହର)ରେ ଅଛନ୍ତି। ଆସନ୍ତାକାଲି(ମଙ୍ଗଳବାର) ସକାଳେ ସେମାନେ କାହିରା ଚାଲିଯିବେ। ଏଥିସହ ସୁରକ୍ଷିତ ଉଦ୍ଧାର ପାଇଁ ରାମଲ୍ଲାହ, ତେଲ ଅଭିଭ୍ ଓ କାହିରାର ଭାରତୀୟ ମିଶନକୁ ସେ ଗଭୀର କୃତଜ୍ଞତା ଜଣାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories