www.samajalive.in
Thursday, December 11, 2025
23.1 C
Bhubaneswar

ଆଜିଠାରୁ ଆଇଏସ୍‌ଏଲ: ମୋହନ ବାଗାନ-କେରଳ ବ୍ଲାଷ୍ଟର୍ସ ମୁକାବିଲା

ପାଣାଜୀ: କୋଭିଡ଼-୧୯ ମହାମାରୀ ମଧ୍ୟରେ ଭାରତରେ ପ୍ରଥମ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣ ଗୋଆରେ ଶୁକ୍ରବାରଠାରୁ ଖେଳାଯିବ। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଓ ରିଲାଏନ୍‌ସ ଫୁଟବଲ ଡେଭଲପମେଣ୍ଟର ମିଳିତ ସହଯୋଗରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜୈବ ନିରାପତ୍ତା ପରିବେଶ ମଧ୍ୟରେ ଗୋଆର ୩ଟି ଷ୍ଟାଡ଼ିୟମ ଜିଏମ୍‌ସି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମ ବାମ୍ବୋଲିନ୍‌, ତିଳକ ମଇଦାନ ଓ ଫାଟ୍ରୋଡାରେ ଖେଳାଯିବ।
ଚଳିତ ସଂସ୍କରଣରେ ୧୧ଟି ଦଳ କେରଳ ବ୍ଲାଷ୍ଟର୍ସ ଏଫ୍‌ସି,ଏଟିକେ ମୋହନ ବାଗାନ ଏଫ୍‌ସି, ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି, ମୁମ୍ବଇ ସିଟି ଏଫ୍‌ସି,ଏଫ୍‌ସି ଗୋଆ, ବାଙ୍ଗାଲୋର ଏଫ୍‌ସି, ଓଡ଼ିଶା ଏଫ୍‌ସି, ହାଇଦରାବାଦ୍‌ ଏଫ୍‌ସି, ଜାମସେଦପୁର ଏଫ୍‌ସି, ଏସ୍‌ସି ଇଷ୍ଟବେଙ୍ଗଲ ଓ ଚେନ୍ନଇୟିନ୍‌ ଏଫ୍‌ସି ଅଂଶଗ୍ରହଣ କରୁଛନ୍ତି। ଚଳିତବର୍ଷ ମୋଟ ୧୧୫ଟି ମ୍ୟାଚ ଖେଳାଯିବ। ନୂତନ ଭାବେ ସ୍ପୋର୍ଟିଂ କ୍ଳବ ଇଷ୍ଟବେଙ୍ଗଲ ସାମିଲ ହୋଇଛି। ଶୁକ୍ରବାର ଜିଏମ୍‌ସି ଷ୍ଟାଡ଼ିୟମ ବାମ୍ବୋଲିନ୍‌ରେ ଉଦ୍‌୍‌ଘାଟନୀ ମ୍ୟାଚରେ ପୂର୍ବତନ ଚମ୍ପିଆନ ମୋହନ ବାଗାନ ଓ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ମୁହାଁମୁହିଁ ହେବେ। ମ୍ୟାଚ ସନ୍ଧ୍ୟା ୭ଟା ୩୦ରୁ ଖେଳାଯିବ। କରୋନା ମହାମାରୀ ପାଇଁ ବିନା ଦର୍ଶକରେ ମ୍ୟାଚ ଖେଳାଯିବ। ଲିଗ୍‌ ପର୍ୟ୍ୟାୟରେ ପ୍ରତ୍ୟେକ ଦଳ ୨୦ଟି ଲେଖାଏଁ ମ୍ୟାଚ ଖେଳିବେ। ଶ୍ରେଷ୍ଠ ୪ ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଆଇଏସ୍‌ଏଲର ସଫଳ ଦଳ ଭାବେ ଆଟ୍‌ଲେଟିକୋ ଡି କଲକାତା ୨୦୧୪, ୨୦୧୬ ଓ ୨୦୧୯-୨୦ ସିଜିନରେ ୩ ଥର ଚମ୍ପିଆନ ହୋଇଥିବା ବେଳେ ଚେନ୍ନଇୟିନ୍‌ ଏଫ୍‌ସି ୨୦୧୫ ଓ ୨୦୧୮-୧୮ରେ ୨ ଥର, ୨୦୧୮-୧୯ରେ ବାଙ୍ଗାଲୋର ଏଫ୍‌ସି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ସୂଚନାଯୋଗ୍ୟ; ଭାରତରେ କରୋନା ମହାମାରୀ ପାଇଁ ଆଇପିଏଲ ୟୁଏଇରେ ଖେଳା ଯାଇଥିବା ବେଳେ ପ୍ରଥମ ପ୍ରତିଯୋଗିତା ଭାବେ ଆଇଏସ୍‌ଏଲ ଦେଶରେ କରୋନା ସଂକ୍ରମଣ ସମୟରେ ଖେଳାଯିବ।
ଓଡ଼ିଶା ଏଫ୍‌ସି ସମେତ ୫ କ୍ଲବକୁ ଖେଳିବାକୁ ଅନୁମତି
ନିର୍ଦ୍ଧାରିତ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ବିଫଳ ହେବାରୁ ଓଡ଼ିଶା ଏଫସି ସମେତ ଆଇଏସ୍‌ଏଲର ୫ କ୍ଲବ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଏଫ) ନିକଟରୁ ଲାଇସେନ୍‌ସ ପାଇବାରେ ବିଫଳ ହୋଇଥିଲେ। ଫଳରେ ସେମାନେ ଆଇଏସ୍‌ଏଲରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଓଡ଼ିଶା ଏଫ୍‌ସି ସମେତ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ହାଇଦରାବାଦ୍‌ ଏଫ୍‌ସି ଓ ନବାଗତ ସ୍ପୋର୍ଟିଂ କ୍ଳବ ଇଷ୍ଟବେଙ୍ଗଲ ପ୍ରମୁଖ ଛାଡ଼ ଦିଆଯିବା ଲାଗି ଏଆଇଏଏଫ ନିକଟରେ ଆବେଦନ କରିଛନ୍ତି। ଏଆଇଏଫଏଫ ଲାଇସେନ୍‌ସ କମିଟି ପକ୍ଷରୁ ଉକ୍ତ କ୍ଳବ୍‌ଗୁଡ଼ିକର ଆବେଦନକୁ ଗ୍ରହଣ କରାଯିବା ସହିତ ଆଇଏସ୍‌ଏଲ ଚଳିତ ସଂସ୍କରଣରେ ଖେଳିବା ନେଇ ଅନୁମତି ପ୍ରଦାନ କରାଯାଇଛି। ଫଳରେ ୫ କ୍ଳବ ଆଇଏସ୍‌ଏଲରେ ଖେଳିବା ନେଇ ସ୍ପଷ୍ଟ ହୋଇଛି। ଓଡ଼ିଶା ଏଫ୍‌ସି ୨୦୨୦-୨୧ ଆଇଏସ୍‌ଏଲ​‌ ଖେଳିବା ନେଇ କୌଣସି ସମସ୍ୟା ନାହିଁ ବୋଲି ଓଡ଼ିଶା ଏଫ୍‌ସି ଫୁଟବଲ ଅପରେସନ ମୁଖ୍ୟ ଅଭିଷେକ ଚାଟାର୍ଜୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories