ନୂଆଦିଲ୍ଲୀ: ନୂଆ ବର୍ଷ ପ୍ରାରମ୍ଭରେ ରେଳବାଇ ପକ୍ଷରୁ ଯାତ୍ରା ଓ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ୨୦୧୯ ଆର୍ଥିକ ବର୍ଷରେ ରେଳବାଇ ପକ୍ଷରୁ ଏହି ସବୁ ସୁବିଧା ଯୋଗାଇ ଦିଆଯିବ। ଆସନ୍ତୁ ଜାଣିବା ଯାତ୍ରୀଙ୍କ ପାଇଁ ୨୦୧୯ରେ ରେଳବାଇ କ’ଣ ସୁବିଧା ଆଣିବାକୁ ସ୍ଥିର କରିଛି।
ଚଳନ୍ତା ଟ୍ରେନରେ ସପିଂ: ବିମାନ ଅନୁରୂପ ଚଳନ୍ତା ଟ୍ରେନରେ ଯାତ୍ରୀ ଏହି ବ୍ୟବସ୍ଥା ଅନ୍ତର୍ଗତ ସପିଂ କରି ପାରିବେ। ଘରୋଇ ସାମଗ୍ରୀ, ରନ୍ଧନ ସାମଗ୍ରୀ, ବ୍ୟାୟାମ ସାମଗ୍ରୀ ଓ ପ୍ରସାଧନ ସାମଗ୍ରୀ ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିକ୍ରି କରିବ ରେଳବାଇ। ଯାତ୍ରୀ ନିଜ କ୍ରେଡିଟ୍ କାର୍ଡରେ ଏହି ସବୁ ସାମଗ୍ରୀ କିଣି ପାରିବେ। ଏଥିପାଇଁ ବିକ୍ରେତା ଚିତ୍କାର କରି ଯାତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବେ ନାହିଁ। ବରଂ ଯାତ୍ରୀଙ୍କୁ ଯାତ୍ରା ପ୍ରାରମ୍ଭରେ ଏ ସମ୍ବନ୍ଧୀୟ ପୁସ୍ତକ ପ୍ରଦାନ କରାଯିବ। ଏହି ପୁସ୍ତକରେ ଟ୍ରେନରେ ଉପଲବ୍ଧ ସାମଗ୍ରୀର ବିବରଣୀ ଓ ଏହାର ମୂଲ୍ୟ ଉଲ୍ଲେଖ ରହିବ। ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରେନରେ ଉକ୍ତ ବ୍ୟବସ୍ଥାକୁ ପ୍ରଚଳନ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଟ୍ରେନରେ ଏହି ବ୍ୟବସ୍ଥା ଲାଗୁ କରାଯିବ।
ପେଡ୍ ହୋଟେଲ ସୁବିଧା: ମୁମ୍ବଇ ସେଣ୍ଟ୍ରାଲ ଷ୍ଟେସନ ସନ୍ନିକଟ କିଛି ହୋଟେଲରେ ସ୍ୱଳ୍ପ ସମୟ ପାଇଁ ବିଶ୍ରାମ ନେବା ପାଇଁ ରେଳବାଇ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛି। ଗୋଟିଏ ଟ୍ରେନରୁ ଅନ୍ୟ ଟ୍ରେନ ଧରିବାକୁ ଥିବାବେଳେ ମଧ୍ୟବର୍ତ୍ତୀକାଳୀନ ସମୟସୀମାରେ ଯାତ୍ରୀ ଏହି ହୋଟେଲରେ ରହି ପାରିବେ। ଷ୍ଟେସନ ପାଶ୍ୱର୍ରେ ଥିବା ହୋଟେଲ ଗୁଡ଼ିକ ସହ ରେଳବାଇ ଏଥି ନିମନ୍ତେ ଅନୁବନ୍ଧିତ ହୋଇଛି। ଆଇଆରସିଟିସି ପ୍ରବକ୍ତା ପି.ମୋରବାଲାଙ୍କ ସୂଚନା ଅନୁଯାୟୀ ଖୋଦ୍ ରେଳବାଇ ୩୦ଟି ସ୍ୱଳ୍ପ ରହଣୀ କୋଠରି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଏହି କୋଠରି ଶୀତତାପ ନିୟନ୍ତ୍ରିତ ହେବା ସହ ଛୋଟ ଟିଭି, ଇଣ୍ଟରକମ୍, ଲକର, ବିଦ୍ୟୁତ ସକେଟ ଓ ୟୁଏସବି ସକେଟ ଥିବ।
୧୬୦କିମି ବେଗରେ ଦୌଡ଼ୁଥିବା ଟ୍ରେନର ପ୍ରଚଳନ ମଧ୍ୟ ୨୦୧୯ରେ କରାଯିବ। ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନର ସର୍ବାଧିକ ଗତି ୧୩୦କିମି ପ୍ରତି ଘଣ୍ଟା ରହିଥିବାବେଳେ ଏହାର ଗତିକୁ ୧୬୦କୁ ବୃଦ୍ଧି କରିବାର ଯୋଜନା ରହିଛି।
ଯାତ୍ରୀ ଦୟା କରି ଧ୍ୟାନ ଦିଅନ୍ତୁ- ୨୦୧୯ରେ ରେଳବାଇରେ ମିଳିବ ନିମ୍ନଲିଖିତ ସୁବିଧା
Popular Categories



