ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି। ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ତେବେ ଏହି ପରାଜୟ ତାଙ୍କୁ କାଂସ୍ୟ ପଦକ ଆଣିଦେଇଛି। ଏହା ତାଙ୍କର ପ୍ରଥମ ଅଲିମ୍ପିକ ପ୍ରତିଯୋଗିତା ଥିଲା। ଏଥିସହିତ ନଅବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ବକ୍ସିଂରେ ଭାରତକୁ ଏକ ପଦକ ମିଳିଛି। ଏମସି ମେରି କମ୍ ଏହା ପୂର୍ବରୁ ଅଲିମ୍ପିକ୍ସରେ ପଦକ ହାସଲ କରିଥିଲେ। ଭାରତ ପକ୍ଷରୁ ବିଜେନ୍ଦର ସିଂହ ୨୦୦୮ରେ ଏବଂ ମେରି କମ୍ ୨୦୧୨ରେ ଅଲିମ୍ପିକ୍ସ ବକ୍ସିଂରେ ପଦକ ବିଜୟୀ ହୋଇଥିଲେ। ଚଳିତ ଅଲିମ୍ପିକ୍ସରେ ଲଭଲିନା ମହିଳା ୱେଲଟରୱେଟ କ୍ୱାର୍ଟର ଫାଇନାଲରେ ଚାଇନିଜ ତାଇପେର ନିଏନ ଚିନଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଣ କରିଥିଲେ। ତେବେ ବୁଧବାର ପ୍ରତିଯୋଗିତାରେ ସୁରମେନେଲି ଲଭଲିନାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ବିଜୟୀ ହୋଇଥିଲେ।
ଭାରତୀୟ ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ କାଂସ୍ୟ ପଦକ
Popular Categories



