www.samajalive.in
Saturday, December 6, 2025
26.1 C
Bhubaneswar

ଏଲ୍‍ଇଟି ଆତଙ୍କବାଦୀ ପ୍ରସଙ୍ଗରେ ଆମେରିକା ଘୋଷଣାକୁ ଭାରତର ସ୍ୱାଗତ

ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଇବା ସଂଗଠନର ତିନିଜଣ ଆତଙ୍କବାଦୀଙ୍କୁ ଆମେରିକା ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିଛି। ଆମେରିକାର ଏହି ପଦକ୍ଷେପକୁ ଭାରତ ସ୍ୱାଗତ କରିଛି। ଆମେରିକାର ଏହି ଘୋଷଣା ପରେ ଦୀର୍ଘ ବର୍ଷ ଧରି ଭାରତ ଦୋହରାଇ ଆସୁଥିବା ଦାବିରେ ସତ୍ୟତା ଥିବା ପ୍ରମାଣିତ ହୋଇଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ପାକିସ୍ତାନ ସମର୍ଥନରେ ଲସ୍କର ଏ ତୋଇବା ସମେତ ଏକାଧିକ ଆତଙ୍କବାଦୀ ସଂଗଠନ ପାକିସ୍ତାନର ଆର୍ଥିକ ଓ ସାମରିକ ପ୍ରୋତ୍ସାହନରେ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛନ୍ତି ବୋଲି ଭାରତ ଅଭିଯୋଗ କରି ଆସୁଛି। କିନ୍ତୁ ଭାରତର ଏହି ଅଭିଯୋଗକୁ ପାକିସ୍ତାନ ଖଣ୍ଡନ କରିଆସୁଛି। ଆମେରିକାର ଗତ କାଲିର ଘୋଷଣା ପରେ ଭାରତର ଦାବିକୁ ଆନ୍ତର୍ଜାତିକ ସ୍ତରରେ ସମର୍ଥନ ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲସ୍କର ଏ ତୋଇବା କମାଣ୍ଡର ଅବଦୁଲ୍‍ ରେହେମାନ ଏବଂ ସେମାନଙ୍କୁ ସହାୟତା ଯୋଗାଇ ଦେଉଥିବା ହିମଦ୍‍ ଉଲ୍‍ ହାସନ୍‍ ଓ ଅବଦୁଲ୍‍ ଜାବ୍ୱରଙ୍କୁ ଆମେରିକା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ଭାରତରେ ୧୯୯୭ ଓ ୨୦୦୧ରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ପଛରେ ଅବଦୁଲ୍‍ର ହାତ ଥିବା ପ୍ରମାଣିତ ହୋଇଛି। ତାକୁ ୨୦୦୪ରେ ଇରାକ୍‍ରେ ବ୍ରିିଟିଶ୍‍ ସେନା ଗିରଫ କରିଥିଲା। କିନ୍ତୁ୨୦୧୬ରେ ସେ ଜେଲ୍‍ରୁ ମୁକୁଳି ପୁଣି ଆତଙ୍କବାଦୀ ସଂଗଠନରେ ସାମିଲ୍‍ ହୋଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories