www.samajalive.in
Monday, December 8, 2025
14.1 C
Bhubaneswar

ଆଜି ଭାରତ-ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ: ଯୁବ ଖେଳାଳିଙ୍କ ପାଇଁ ବଡ ସୁଯୋଗ

ସମାଜ ଡିଜିଟାଲ ଡେସ୍କ: ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍‍ ଗିଲ୍‍ଙ୍କ ନେତୃତ୍ୱାଧିନ ଭାରତୀୟ ଦଳରେ ଏକାଧିକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଥିବାରୁ ଏହି ତିନି ଜଣଙ୍କ ସ୍ଥାନରେ ଯୁବ ଖେଳାଳିଙ୍କ ପାଇଁ ବଡ ସୁଯୋଗ ରହିଛି । ଦଳରେ ଶୁବମନ୍‍ ଗିଲ୍‍ଙ୍କ ସହ ବ୍ୟାଟିଂରେ ଯଶସ୍ୱୀ ଜୟସୱାଲ, ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାର୍ଡ, ସାଇ ସୁଦର୍ଶନ, ରିଙ୍କୁ ସିଂହ ଓ ଜିତେଶ ଶର୍ମା ପ୍ରମୁଖ ରହିଛନ୍ତି । ଗିଲ୍‍ଙ୍କ ସହ ବ୍ୟାଟିଂରେ ଯଶସ୍ୱୀ ଓପନିଂ କରିବା ବେଳେ ଋତୁରାଜ ଫାଷ୍ଟ ଡାଉନରେ ଖେଳିପାରନ୍ତି । ଅନ୍ୟପକ୍ଷରେ ରିଙ୍କୁ ସିଂହ ମଧ୍ୟକ୍ରମରେ ବ୍ୟାଟିଂ କରିବେ । ଅଲରାଉଣ୍ଡର ଭାବେ ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଖେଳିବାର ଆଶା କରାଯାଉଛି । ଯଶପ୍ରୀତ ବୁମରା, ଅର୍ଶଦୀପ୍‍ ସିଂହ, କୁଳଦୀପ୍‍ ଯାଦବ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଭାରତୀୟ ଦଳ ମ୍ୟାଚ ଖେଳିବାକୁ ଯାଉଥିବାରୁ ବୋଲିଂରେ ମଧ୍ୟ ଆହ୍ୱାନ ରହିବ ।
ସେପଟେ ସିକନ୍ଦର ରାଜାଙ୍କ ନେତୃତ୍ୱାଧିନ ଜିମ୍ବାୱେ ଘରୋଇ ପଡିଆରେ ଭଲ ପ୍ରଦର୍ଶନ କରିବା ନେଇ ଉଦ୍ୟମ କରିବ । ବ୍ୟାଟିଂରେ ଇନୋସେଣ୍ଟ କାଇଆ, କ୍ଲାଇଭ ମାଡାଣ୍ଡା, ଟାଡିୱାନସି ମାରୁମାନି, ଡିଓନ ମେୟର ପ୍ରମୁଖ ସ୍ଥାନ ପାଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories