www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ :୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ଭାରତ

ୱେଲିଂଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୪୪ ରନ ସଂଗ୍ରହ କରିଛି ଭାରତ। ପ୍ରଥମ ଇଂନିସରେ ଭାରତକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର । ଦଳର ବୋଲରମାନେ ପ୍ରଭାବଶାଳୀ ଦେଖାଯାଇଥିଲେ । ନ୍ୟୁଜିଲାଣ୍ଡ ପ୍ରେସ୍ ଆଟାକକୁ ସାମ୍ନା କରିନପାରି ମାତ୍ର ୧୬୫ ରନରେ ଅଲଆଉଟ ହୋଇଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସରେ ମଧ୍ୟ ସମାନ ପରିସ୍ଥିତି ଆଡକୁ ଗତି କରୁଛି।। ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଥିଲା ।ଦ୍ବିତୀୟ ଇନିଂସରେ ଭାରତ ୧୪୪ ରନରେ ମୁଲ୍ୟବାନ ୪ଟି ୱିକେଟ ହରାଇ ଦେଇଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପୃଥ୍ବୀ ସ ମାତ୍ର ୧୪ ରନ କରି ଆଉଟ ହୋଇଥିବା ବେଳେ ଚେତେଶ୍ବର ପୂଜାରା ୧୧ ରନ,ଅଧିନାୟକ ବିରାଟ କୋହଲି ୧୯ ଏବଂ ମୟଙ୍କ ଅଗ୍ରୱାଲ ୫୮ ରନ କରି ଆଉଟ ହୋଇଛନ୍ତି। ଆସନ୍ତାକାଲି ୧୪୪ ରନରୁ ଖେଳ ଆରମ୍ଭ କରିବେ ୨୫ ରନ କରି ଅପରାଜିତ ଥିବା ରାହାଣେ ଏବଂ ୧୫ ରନ କରି ଅପରାଜିତ ଥିବା ହନୁମା ବିହାରି।

ଆସନ୍ତାକାଲି ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୧୬ ରନ୍ କରିଥିଲା। ରବିବାର ତୃତୀୟ ଦିନର ଖେଳ ଆରମ୍ଭ ହେବାପରେ ନ୍ୟୁଜିଲାଣ୍ଡ ଦଳୀୟ ସ୍କୋରରେ ଆଉ ୧୩୨ ରନ ଯୋଡି ଅଲଆଉଟ ହୋଇଯାଇଛି । ନ୍ୟୁଜିଲାଣ୍ଡ ତାର ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୩୪୮ ରନ ସଂଗ୍ରହ କରିଛି । ଏଥି ସହିତ ଦଳ ଭାରତଠାରୁ ୧୮୩ ରନରେ ଅଗ୍ରଣୀ ରହିଛି । ଭାରତର ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଏହି ଇନିଂସରେ ୫ଟି ୱିକେଟ ମିଳିଛି । ସେ ୨୨.୨ ଓଭର ବୋଲିଂ କରି ୬୮ ରନ ଖର୍ଚ୍ଚ କରିଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୨୯ ଓଭର ବୋଲିଂ କରି ୩ଟି ୱିକେଟ ହାସଲ କରିଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ ବୁମାର ଓ ମହମ୍ମଦ ସାମିଙ୍କୁ ମିଳିଛି ଗୋଟିଏ ଲେଖାଏଁ ୱିକେଟ ।

- Advertisement -

ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିଲେ ଅଧିନାୟକ କେନ ୱିଲିୟମସନ । ସେ ୧୧ଟି ଚୌକା ବଳରେ ୮୯ ରନ ସଂଗ୍ରହ କରିଥିଲେ । ସେହିପରି ରସ ଟେଲରଙ୍କ ବ୍ୟାଟରୁ ଦଳକୁ ମିଳିଥିଲା ୪୪ ରନ । ଟମ ବ୍ଲଣ୍ଡେଲ ୩୦ ରନ, ବିଜେ ୱେଟଲିଂ ୪୩ ରନ, କେଲି ଜେମିଶନ ୪୪ ରନ ଓ ଟ୍ରେଣ୍ଟ ବୋଲ୍ଟ ୩୬ ରନ ଯୋଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories