www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ; ଖେଳିବେନି ରିଷଭ ପନ୍ତ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାନୁଆରୀ ୧୭ ଶୁକ୍ରବାର ଦିନ ହେବାକୁଥିବା ତନି ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଗୁଜରାଟର ରାଜକୋଟରେ ଖେଳାଯିବ। ଏହି ମ୍ୟାଚରୁ ଭାରତୀୟ କ୍ରିକେଟ ଦଳର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ବାହାର ହୋଇଯାଇଛନ୍ତି।

ଗତକାଲି ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ରିଷଭ ପନ୍ତ ଆହତ ହୋଇଥିଲେ। ଭାରତୀୟ ଇନିଂସର ୪୪ତମ ଓଭରରେ ପ୍ୟାଟ କମିନ୍ସଙ୍କ ବଲ ପନ୍ତଙ୍କ ବ୍ୟାଟରେ ବାଜି ହେଲମେଟରେ ବାଜିବା କାରଣରୁ ସେ ଆହତ ହୋଇଥିଲେ। ପନ୍ତ ପୁଲ୍ ଶଟ୍ ମାରିବାକୁ ପ୍ରୟାସ କରିଥିଲେ, କିନ୍ତୁ ବଲ ବ୍ୟାଟରେ ସ୍ପର୍ଶ କରି ହେଲମେଟରେ ବାଜିଥିଲା ଏବଂ ଆଷ୍ଟନ ଟର୍ଣ୍ଣର କ୍ୟାଚ୍ ଧରିଥିଲେ। ହେଲମେଟରେ ବଲ୍ ବାଜିବାରୁ ପନ୍ତ ଭାରତର ଫିଲ୍ଡିଂ ସମୟରେ ଗ୍ରାଉଣ୍ଡକୁ ଓହ୍ଲାଇନଥିଲେ। ତାଙ୍କ ସ୍ଥାନରେ କେଏଲ ରାହୁଲ ୱିକେଟକିପିଙ୍ଗ୍ କରିବାକୁ ଆସିଥିଲେ। ବର୍ତ୍ତମାନ ପରିସ୍ଥିତିରେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇନଥିବା କାରଣରୁ ଏହି ମ୍ୟାଚରେ ଖେଳିବେ ନାହିଁ।

- Advertisement -

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories