www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଟିକା ବିତରଣ ପାଇଁ ଭାରତ-ବ୍ରିଟେନ ହବ୍’କୁ ମିଳିଲା ସବୁଜ ସଂକେତ

ଭାରତ ଏବଂ ବ୍ରିଟେନର ବିଶେଷଜ୍ଞମାନେ ଏକ ନୂତନ ଭର୍ଚୁଆଲ୍ ହବ୍ ମାଧ୍ୟମରେ ମିଳିତ ହୋଇ କରୋନା ଏବଂ ଅନ୍ୟାନ୍ୟ ମାରାତ୍ମକ ଭୁତାଣୁଙ୍କ ପାଇଁ ଟିକା ବିତରଣ କରିବେ ବୋଲି ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ କହିଛନ୍ତି। ରାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ନୂତନ ଟିକା ହବ୍ ଆରମ୍ଭ କରିବା ବିଷୟରେ ଆଲୋଚନା କରିଛନ୍ତି। ଏହା ଫଳରେ ଟିକାର କ୍ଲିନିକାଲ ପରୀକ୍ଷଣ ପାଇଁ ସର୍ବୋତ୍ତମ ସୁବିଧା ମିଳିବ। ଏହି ଅବସରରେ ରାବ ଦିଲ୍ଲୀର ଏକ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଯେଉଁଠାରେ ଅକ୍ସଫୋର୍ଡ-ଆସ୍ତ୍ରା ଜେନେକା ଟିକା ଦିଆଯିବାକୁ ସ୍ଥିର କରାଯାଇଛି।

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆସ୍ତ୍ରା ଜେନେକା ଦ୍ୱାରା ବିକଶିତ କରୋନା ଟିକାର ଏକ ଶହ କୋଟିରୁ ଅଧିକ ଡୋଜ ପ୍ରସ୍ତୁତ କରିବାକୁ ଭାରତର ସେରମ୍ ପ୍ରତିଷ୍ଠାନ ପ୍ରସ୍ତୁତ ଅଛି। ଅନ୍ୟାନ୍ୟ ଟିକା ତୁଳନାରେ ଏହା ସାଧାରଣ ଫ୍ରିଜ୍ ତାପମାତ୍ରାରେ ଗଚ୍ଛିତ ହୋଇପାରିବ, ଫଳରେ ଏହି ଟିକାର ଉତ୍ପାଦନ, ସଂରକ୍ଷଣ ଏବଂ ସମଗ୍ର ବିଶ୍ୱରେ ବିତରଣ କରିବା ସହଜ ଏବଂ ଶସ୍ତା ହୋଇପାରିବ। ରାବ କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଅକ୍ସଫୋର୍ଡ ୟୁନିଭରସିଟି ସହଭାଗିତା ବ୍ରିଟେନ-ଭାରତ ସମ୍ପର୍କକୁ ଆହୁରି ଉଚ୍ଚ ସ୍ଥରକୁ ନେଇଛି। ସୂଚନା ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଲକ୍ଷ ଲକ୍ଷ ଡୋଜ ଟୀକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଗାଭିର ମିଳିତ ସହଯୋଗରେ କୋଭାକ୍ସ ମାଧ୍ୟମରେ ବିଶ୍ୱର ଗରିବ ଲୋକଙ୍କୁ ବଣ୍ଟନ କରାଯିବ।

- Advertisement -

ଭାରତ ବିଶ୍ୱର ୫୦ ପ୍ରତିଶତରୁ ଅଧିକ ଟିକା ଆବଶ୍ୟକତା ପୂରଣ କରିଥାଏ। ଏହି ନୂତନ ହବ୍ ଭାରତୀୟ ଏବଂ ବ୍ରିଟିଶ ବିଶେଷଜ୍ଞମାନଙ୍କୁ କ୍ଲିନିକାଲ୍ ପରୀକ୍ଷା ନିମନ୍ତେ ଜ୍ଞାନ କୌଶଳ ଆଦାନ ପ୍ରଦାନରେ ସହାୟକ ହେବ ଏବଂ ଏହା କରୋନା ଟିକା ବିକାଶ ତଥା ବିତରଣରେ ସହଯୋଗ ବୃଦ୍ଧି କରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories