କାନବେରା : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି କାନବେରାରେ ଖେଳାଯିବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୬ ତାରିଖରେ ଓ ତୃତୀୟ ମ୍ୟାଚ୍ ୮ ତାରିଖରେ ସିଡ୍ନୀରେ
ଖେଳାଯିବ। ସମସ୍ତ ମ୍ୟାଚ ଭାରତୀୟ ସମୟ ସକାଳ ୯:୧୦ ରେ ଖେଳାଯିବ।
ପୂର୍ବରୁ ଅଷ୍ଟ୍ରେଲିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜରେ ୨-୧ରେ ବିଜୟୀ ହୋଇସାରିଛି। ଗତ ସନ୍ଧ୍ୟାରେ ଭାରତ ତୃତୀୟ
ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଥିଲା। ଏହାପରେ ଉଭୟ ଟିମ୍ ମଧ୍ୟରେ ୪ଟି ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଆସନ୍ତା ୧୭ ତାରିଖରୁ ଏଡିଲେଡ୍ରେ ଆରମ୍ଭ ହେବ।



